Latest Odisha News

BREAKING NEWS

ଜୁନ୍‌ରେ ୪ଜି ଡାଉନଲୋଡ ସ୍ପିଡରେ ଆଗୁଆ ରହି ପୁଣି ଥରେ ବାଜି ମାରିଲା ଜିଓ

-ଏୟାରଟେଲ ଓ ଭୋଡାଫୋନ ଆଇଡିଆଠାରୁ ଦୁଇ ଗୁଣରୁ ଅଧିକ ଜିଓର ୪ଜି ଡାଉନଲୋଡ ସ୍ପିଡ୍‌: ଟ୍ରାଇ ତଥ୍ୟ
ଭୁବନେଶ୍ୱର : ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଇ) ଦ୍ୱାରା ଜୁନ ମାସ ପାଇଁ ପ୍ରକାଶିତ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ୍‌ରେ ପୁଣି ଥରେ ସମସ୍ତଙ୍କଠାରୁ ଆଗରେ ରହିଛି ରିଲାଏନ୍ସ ଜିଓ । ଟ୍ରାଇର ମାଇଁ ସ୍ପିଡ୍ ପୋର୍ଟାଲ୍‌ରେ ପ୍ରକାଶିତ ତଥ୍ୟ ଅନୁସାରେ ଜୁନ ମାସରେ ସର୍ବଭାରତୀୟ ସ୍ତରରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୧୬.୫ ଏମ୍‌ବିପିଏସ୍ ରହିଥିବା ବେଳେ ଭାରତୀ ଏୟାରଟେଲର ୭.୨ ଏମ୍‌ବିପିଏସ୍‌, ଭୋଡାଫୋନର ୭.୫ ଏମ୍‌ବିପିଏସ୍ ଏବଂ ଆଇଡିଆର ୮ ଏମ୍‌ବିପିଏସ୍ ରହିଥିବା ଜଣାପଡିଛି । ଅନ୍ୟ ଅପରେଟର ମାନଙ୍କଠାରୁ ଜିଓର ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ୍ ପ୍ରାୟ ଦୁଇ ଗୁଣରୁ ଅଧିକ ରହିଛି । ଭୋଡାଫୋନ୍ ଓ ଆଇଡିଆର ମିଶ୍ରଣ ଘଟିଥିଲେ ମଧ୍ୟ ଟ୍ରାଇ ପକ୍ଷରୁ ଉଭୟଙ୍କ ୪ଜି ସ୍ପିଡ୍ ଅଲଗା ଅଲଗା ଭାବେ ପ୍ରକାଶ କରାଯାଇଛି ।


ସେହିଭଳି ହାରାହାରି ୪ଜି ଅପଲୋଡ୍ ସ୍ପିଡ୍‌ରେ ଜୁନ ମାସରେ ୬.୨ ଏମବିପିଏସ୍ ସ୍ପିଡ୍ ସହିତ ଭୋଡାଫୋନ ଓ ଆଇଡିଆ ଆଗରେ ରହିଥିବା ବେଳେ ଉଭୟ ଜିଓ ଓ ଏୟାରଟେଲର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୩.୪ଏମବିପିଏସ୍ ରହିଥିବା ଟ୍ରାଇର ମାଇଁ ସ୍ପିଡ୍ ପୋର୍ଟାଲରେ ପ୍ରକାଶ ପାଇଛି ।

ସେହିଭଳି ଓଡିଶାରେ ୨୩.୬ ଏମବିପିଏସ୍ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ସହ ଜିଓ ସର୍ବାଗ୍ରେ ରହିଥିବା ବେଳେ ଏହି ଅବଧିରେ ଏୟାରଟେଲର ୪.୯ ଏମବିପିଏସ୍ ଓ ଭୋଡାଫୋନର ୩.୩ ଏମବିପିଏସ୍ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ରହିଥିବା ଦର୍ଶାଯାଇଛି । ଓଡିଶାରେ ହାରାହାରି ଅପଲୋଡ  ସ୍ପିଡରେ ଭୋଡାଫୋନ ୫.୩ ଏମବିପିଏସ୍ ସହିତ ଆଗରେ ରହିଥିବା ବେଳେ ଜିଓର ୪.୮ ଏମବିପିଏସ୍ ଓ ଏୟାରଟେଲର ୨.୮ ଏମବିପିଏସ୍ ହାରାହାରି ୪ଜି ଅପଲୋଡ ସ୍ପିଡ ରହିଛି ।

Leave A Reply

Your email address will not be published.