Latest Odisha News

ଓଡିଶାରେ ୧୫ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା; ଗୋଟିଏ ଦିନରେ ସର୍ବାଧିକ ୮୦୮ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧୫,୨୦୦ରେ ପହଞ୍ଚିଛି।

ସୁସ୍ଥ ହୋଇଥିବା ୮୦୮ ଜଣଙ୍କ ମଧ୍ୟରୁ ୩୫ ଜଣ କଟକ, ମାଲକାନଗିରିରୁ ୩୦, ଗଜପତିରୁ ୨୨, ବାଲେଶ୍ୱରରୁ ୧୯, ଖୋର୍ଦ୍ଧାରୁ ୧୯, ବରଗଡ ଓ ଭଦ୍ରକରୁ ୧୮ ଜଣ ଲେଖାଏଁ, ବୌଦ୍ଧରୁ ୮ ଓ ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝରରୁ ୭ ଜଣ ଲେଖାଏଁ ଏବଂ ସମ୍ବଲପୁରରୁ ୫, ନବରଙ୍ଗପୁରରୁ ୪, ସୁନ୍ଦରଗଡରୁ ୩, କୋରାପୁଟ ଓ ନୟାଗଡରୁ ଜଣେ ଲେଖାଏଁ ଏବଂ ଅନୁଗୁଳ, ଯାଜପୁର, ପୁରୀରୁ ଦୁଇ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୮୧୪୭ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୫,୨୦୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୨୦ ଜଣ ମୃତ୍ୟୁବରଣ କରିଛନ୍ତି।

Leave A Reply

Your email address will not be published.