Latest Odisha News

BREAKING NEWS

ଜିଓ ଉନ୍ମୋଚନ କଲା ‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌’ ଭିଡିଓ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୀପାବଳୀ ପୂର୍ବରୁ ରିଲାଏନ୍ସ ଜିଓ ପକ୍ଷରୁ ‘ମେକିଂ ଅଫ୍ ଜିଓଫୋନ ନେକ୍ସଟ’ ଭିଡିଓ ରିଲିଜ୍ କରାଯାଇଛି । ଏହି କ୍ଷୁଦ୍ର ଭିଡିଓରେ ଚଳିତ ସମୟର ଅନ୍ୟତମ ସର୍ବାଧିକ ପ୍ରତୀକ୍ଷିତ ଫୋନ ‘ଜିଓଫୋନ ନେକ୍ସଟ୍‌’ ପ୍ରଚଳନ କରିବାର ଲକ୍ଷ୍ୟ ବିଷୟରେ ଜଣାଯାଇଛି। ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସଂଯୋଗ ଯୋଗାଇବାକୁ ନିଜର ସୁଦୂର ପ୍ରସାରୀ ଲକ୍ଷ୍ୟକୁ ଦୋହରାଇଲା ଜିଓ।

BjdElectrycity

ମାତ୍ର ୫ ବର୍ଷ ମଧ୍ୟରେ ଜିଓ ଭାରତରେ ଘରେ ଘରେ ପରିଚିତ ଏକ ନାମ ହୋଇପାରିଛି । ୪୩୦ ନିୟୁତ ବ୍ୟବହାରକାରୀଙ୍କୁ ନେଇ ଏହାର ସେବା ସବୁ ବର୍ଗର ଲୋକଙ୍କ ମଧ୍ୟରେ ପରିବ୍ୟାପ୍ତ ହୋଇଛି । ଜିଓଫୋନ ନେକ୍ସଟ୍ ସହିତ ଜିଓ ଭାରତରେ ଡିଜିଟାଲ ସଂଯୋଗୀକରଣକୁ ସାର୍ବଜନୀନ କରିବା ଦିଗରେ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବାରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବା ଯୋଜନା କରିଛି ।

ଜିଓଫୋନ ନେକ୍ସଟ୍ ଭାରତୀୟଙ୍କ ଦ୍ୱାରା ତିଆରି ହୋଇଛି । ପ୍ରତ୍ୟେକ ଭାରତୀୟ ଡିଜିଟାଲ ପ୍ରଯୁକ୍ତିରେ ସମାନ ସୁଯୋଗ ଏବଂ ସମାନ ସୁବିଧା ଯେଭଳି ପାଇପାରିବେ ତାହା ଜିଓଫୋନ ନେକ୍ସଟ୍ ସୁନିଶ୍ଚିତ କରିବ । ଏହି ଭିଡିଓରେ ଜିଓଫୋନ ନେକ୍ସଟ କିଭଳି କୋଟି କୋଟି ସଂଖ୍ୟକ ଭାରତୀୟଙ୍କ ଜୀବନରେ ପରିବର୍ତନ ଆଣିବାକୁ ଯାଉଛି ତାହା ଦର୍ଶାଯାଇଛି ।

ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ପ୍ରଗତି ଓଏସ୍ (ଅପରେଟିଂ ସିଷ୍ଟମ)ଏକ ବିଶ୍ୱଶ୍ରେଣୀର ଅପରେଟିଂ ସିଷ୍ଟମ ଯାହା ଭାରତ ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଛି ଏବଂ ଏହା ଜିଓଫୋନ ନେକ୍ସଟ୍ ର ମୂଳରେ ରହିଛି । ଏହା ଜିଓ ଏବଂ ଗୁଗଲର ସର୍ବଶ୍ରେଷ୍ଠ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏବଂ ସୁଲଭ ମୂଲ୍ୟ ସହିତ ସମସ୍ତଙ୍କ ପାଇଁ ପ୍ରଗତି ଆଣିଦେବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି ।

ଜିଓଫୋନ ନେକ୍ସଟ୍‌ର ପ୍ରୋସେସର ବିିଶ୍ୱର ଅନ୍ୟତମ ଅଗ୍ରଣୀ ପ୍ରଯୁକ୍ତି ସଂସ୍ଥା କ୍ୱାଲକମ୍ ପ୍ରସ୍ତୁତ । ଜିଓଫୋନ୍ ନେକ୍ସଟ୍‌ରେ କ୍ୱାଲକମ୍ ପ୍ରୋସେସର ଦ୍ୱାରା ଉପକରଣର ପ୍ରଦର୍ଶନ, ଅଡିଓ ଏବଂ ବ୍ୟାଟେରୀର କାର୍ଯ୍ୟଦକ୍ଷତା ସର୍ବାଧିକ କରିବା ସହିତ ସର୍ବୋତମ କନେକ୍ଟିଭିଟି ଓ ଅବସ୍ଥିତି ପ୍ରଯୁକ୍ତି ପ୍ରଦାନ ଉପରେ ଦୃଷ୍ଟିନିବଦ୍ଧ କରୁଛି । ଜିଓଫୋନ ନେକ୍ସଟ୍‌ର ସମୃଦ୍ଧ ବୈଶିଷ୍ଟ୍ୟାବଳୀ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ଭାବ ବିନିମୟକୁ ସମର୍ଥ କରାଇବ।

 

Leave A Reply

Your email address will not be published.