Latest Odisha News

BREAKING NEWS

ମୁକ୍ତିଲାଭ କଲା ‘ଜିତିବୁ ଆମେ’

ଭୁବନେଶ୍ୱର : ପିଙ୍କଉଡ଼ କ୍ରିଏସନ ଓ ଟିମ ମିଡ଼ିଆ ପକ୍ଷରୁ , ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ, ସ୍ଥାନୀୟ ପ୍ରେସ କ୍ଳବ ପରିସରରେ , “ହମ ହୋଙ୍ଗେ କାମୟାବ” ଗୀତର ଓଡ଼ିଆ ରୂପାନ୍ତର “ଜିତିବୁ ଆମେ” ମୁକ୍ତିଲାଭ କରିଛି । ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଦେଶଭକ୍ତିକୁ ଜାଗ୍ରତ କରିବା ପାଇଁ ଏହି ଗୀତର ରୂପାନ୍ତର କରାଯାଇଛି ବୋଲି ପିଙ୍କି ମତବ୍ୟକ୍ତ କରିଥିଲେ ।

ପିଙ୍କଉଡ଼ କ୍ରିଏସନର ପ୍ରତିଷ୍ଠାତ୍ରୀ ପିଙ୍କି ପ୍ରଧାନ ଓ ଟିମ ଓଡ଼ିଆର ପରିଚାଳନା ନିର୍ଦ୍ଦେଶକ ନିଶିକାନ୍ତ ମିଶ୍ରଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇ ପାରିଛି। ଏହି ଗୀତଟି ବିକାଶ ଦାସଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗୀତିକାର ଦେବଦାସ ଛୋଟରାୟ ମୂଳ ରଚନାର ଅନୁବାଦ କରିଥିବା ବେଳେ ପିଙ୍କି ଓ ନିଜେ ବିକାଶ ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ , ଦିଲ୍ଲୀପ ତିର୍କୀ , ରଞ୍ଜନ କୁମାର ଦାସ, ଏଲ. ସି ପଟ୍ଟନାୟକ , ବିରେନ୍ଦ୍ର କୁମାର ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.