Latest Odisha News

BREAKING NEWS

ରିଆସି ଆତଙ୍କୀ ଆକ୍ରମଣ ଘଟଣା, ଜଣଙ୍କୁ ଗିରଫ କଲା ପୋଲିସ

ଶ୍ରୀନଗର: ଜାମ୍ମୁକାଶ୍ମୀର ରିଆସିରେ ହୋଇଥିବା ଆତଙ୍କୀ ଆକ୍ରମଣରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ଘଟଣାରେ ଆତଙ୍କୀମାନଙ୍କୁ ସାହାର୍ଯ୍ୟ କରିଥିବା ୪୫ ବର୍ଷୀୟ ହାକମକୁ ଗିରଫ କରିଛି ପୋଲିସ । ରିଆସି ଅଞ୍ଚଳରୁ ହିଁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ କାଶ୍ମୀର ପୋଲିସ ଏସଏସପି ମୋହିତ ଶର୍ମା ।

ପୋଲିସର ସୂଚନା ଅନୁସାରେ, ହାକମ ପୂର୍ବରୁ ଅନେକ ଥର ଉକ୍ତ ଆତଙ୍କବାଦୀମାନଙ୍କୁ ସାହାର୍ଯ୍ୟ କରିଛି । ଖାଦ୍ୟଠୁ ଆରମ୍ଭ କରି ଆତଙ୍କବାଦୀମାନଙ୍କୁ ଲୁଚି ରହିବାରେ ମଧ୍ୟ ହାକମର ହାତ ଅଛି । ସେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଆଶ୍ରୟ ଦେଇଛି । ସବୁଠାରୁ ବଡ କଥା ଏକ୍ତ ସ୍ଥାନରେ ପହଞ୍ଚିବାର ରାସ୍ତା ମଧ୍ୟ ହାକମ ସେମାନଙ୍କୁ କହିଥିଲା । ଗିରଫ ବ୍ୟକ୍ତି ଜଣେ ପ୍ରମୁଖ ଆତଙ୍କବାଦୀମାନଙ୍କର ସହଯୋଗୀ, ସେ ଆତଙ୍କବାଦୀଙ୍କୁ ଏହି ଆକ୍ରମଣ କରିବାରେ ସାହାଯ୍ୟ କରିଥିଲେ। ବର୍ତ୍ତମାନ ଏହି ଘଟଣାରେ ଅଧିକ ପଚରାଉଚରା ଓ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀର ରିଆସି ଜିଲ୍ଲାରେ ଗତ ଜୁନ ୧୦ ତାରିଖରେ ବଦ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ରିଆସି ତେରୟାଥ ଗ୍ରାମ ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରେ ଆତଙ୍କବାଦୀ ଅତର୍କିତ ଗୁଳିମାଡ଼ କରିଥିଲେ । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୩ ଜଣ ଆହତ ହୋଇଥିଲେ । ତେବେ ଗୁଳିମାଡରେ ଡ୍ରାଇଭର ଆହତ ହୋଇଯିବାରୁ ସେ ବସ୍‌ ଉପରୁ ନିୟନ୍ତ୍ରଣ ହରାଇ ଥିଲେ। ଏଥିଯୋଗୁଁ ବସ୍‌ଟି ଗଭୀର ଖାଇକୁ ଖସି ପଡ଼ିଥିଲା। ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଥିଲା । ଯାହାକୁ ନେଇ ପୁରା ଦେଶ ସ୍ତବ୍ଧ ହୋଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ବହୁ ନେତା ରାଜନେତା ଦୁଃଖ ପ୍ରକାଶ କରିଥିଲେ ।

Comments are closed.