Latest Odisha News

BREAKING NEWS

ଘାଟିରେ ଆତଙ୍କୀଙ୍କ ନୂଆ ଷଡଯନ୍ତ୍ର

ଶ୍ରୀନଗର: କାଶ୍ମୀର ଘାଟିରେ ଷଡଯନ୍ତ୍ରର ନୂଆ ତରିକା ତିଆରି କରିଛନ୍ତି ଆତଙ୍କବାଦୀ । ଏହି ନୂଆ ତରିକା ହେଉଛି ସେଣ୍ଟ ବମ  ବା ପରଫ୍ୟୁମ ବମ । ଜାମ୍ମୁ-କଶ୍ମରରେ ପ୍ରଥମ ଥର ପାଇଁ ଏପରି ପରଫ୍ୟୁମ ବମ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ । ନରୱାଲରେ

ଜାନୁଆରୀ ୨୧ରେ ଜମ୍ମୁର ନରୱାଲରେ  ୨ଟି ଆଇଇଡି ଧମାକା ହୋଇଥିଲା । ଏଥିରେ ୯ଜଣ  ଗୁରୁତର  ହୋଇଥିଲେ । ପୋଲିସ ଉକ୍ତ ଆତଙ୍କୀଙ୍କୁ କାବୁ କରିବା ସହ ଏହି ନୂଆ ଷଡଯନ୍ତ୍ରର ରହସ୍ୟ ଖୋଲିଛି । ଉକ୍ତ ଆତଙ୍କୀ ପାଖରୁ ଆଉ ଏକ ପରଫ୍ୟୁମ ବୋମା ଜବତ କରିଛି ପୋଲିସ ।

ସୁରକ୍ଷା କର୍ମୀଙ୍କ କହିବା ଅନୁଯାୟୀ, ଜବତ ହୋଇଥିବା ଏହି ପରଫ୍ୟୁମ୍ ବମକୁ ଛୁଇଁବା ମାତ୍ରେ ଏହା ବିସ୍ଫୋରଣ ହେଉଛି । ଜମ୍ମୁକାଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ଗୁରୁବାର କହିଛନ୍ତି, ଜାନୁଆରୀ ୨୦ତାରିଖରେ ପ୍ରଥମ ଥର ପାଇଁ ଏପରି ବିସ୍ଫୋରଣ ସାମ୍ନାକୁ ଆସିଥିଲା  । ତେବେ ବିସ୍ଫୋରଣରେ  କୌଣସି ଧନଜୀବନ  କ୍ଷତି ହୋଇନଥିଲା  । କିନ୍ତୁ ଜାନୁଆରୀ ୨୧ ତାରିଖ ବିସ୍ପୋରଣ  ଭୟଙ୍କର ଥିଲା । ଏଥିରେ ୯ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଏହା ଦେଖିବାକୁ ଏକ ପରଫ୍ୟୁମ ବୋତଲ ପରି । ହେଲେ ଏହା ଭିତରେ ବିସ୍ଫୋରକ ରହିଛି । ତେବେ ଏହା କେତେ କ୍ଷତିକାରକ ତାହାର ତଦନ୍ତ ଚାଲିଥିବା କହିଛନ୍ତି ପୋଲିସ ଅଧିକାରୀ ।

Leave A Reply

Your email address will not be published.