Latest Odisha News

BREAKING NEWS

କାହା ଯୋଜନା କେତେ ଭଲ ? ଚାଲିଲା ଆୟୁଷ୍ମାନ ଭାରତ-ବିଏସକେୱାଇ ଲଢେଇ

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ବିଜେଡି ଓ ବିଜେପି  । ଆୟୁଷ୍ମାନ ଭାରତ-ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ତୁଳନାତ୍ମକ ବିଚାର ବିଜେଡି ଆରମ୍ଭ କରିଥିବାବେଳେ ବିଜେପି ବିଜୁ ସ୍ୱାସ୍ଥ୍ୟ କାର୍ଡର ଦୁର୍ନୀତିକୁ ନେଇ ବିଜେଡି ସରକାରକୁ ସମାଲୋଚନା କରିଛି । ଦୁଇ ଦଳର ଏପରି ବୟାନବାଜିକୁ ନେଇ ରାଜନୈତିକ ପାଣିପାଗ ବେଶ ସରଗମର ହୋଇଛି ।

ଗତକାଲି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିଥିଲେ । ବଜେଟରେ ଆୟୁଷ୍ମାନ ଭାରତ ପାଇଁ କେନ୍ଦ୍ର ସରକାର ବ୍ୟୟବରାଦ କରିଛନ୍ତି ପାଇଁ ୭ ହଜାର ୨୦୦ କୋଟି । ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଦେଶରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି । ତେଣୁ ଏହି ୭ ହଜାର ୨୦୦ କୋଟିକୁ ୩୬ରେ ଭାଗ କଲେ ପ୍ରତି ରାଜ୍ୟ ଭାଗରେ ପଡିବ ୨୦୦ କୋଟି ।

ଅନ୍ୟ ପକ୍ଷେ ବିଜେଡି ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ତୁଳନା କରି ମୁଖପାତ୍ର ଶୀମୟୀ ମିଶ୍ର କହିଛନ୍ତି, ଏହି ଯୋଜନାରେ ରାଜ୍ୟ ସରକାରଙ୍କର ବ୍ୟୟ ବରାଦ ରହିଛି ୬ ହଜାର କୋଟି । ରାଜ୍ୟର ୩୦ଟି ଜିଲ୍ଲାକୁ ଏହି ଯୋଜନାରେ ୨୦୦ କୋଟି ଲେଖାଏ ମିଳିବ । ତେଣୁ କେନ୍ଦ୍ର ସରକାର କେତେ ଅନୁଦାନ ଦେଉଛନ୍ତି ତାହା ଏଥିରୁ ସ୍ପଷ୍ଟ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।

୨୦୦ କୋଟିରେ  ସାରା ରାଜ୍ୟର ହିତାଧିକାରୀଙ୍କୁ କିପରି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇ ପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।  ଆୟୁଷ୍ମାନ ଯୋଜନାରେ ସାରା ରାଜ୍ୟକୁ ଯାହା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗୋଟିଏ ଜିଲ୍ଲାକୁ ସେତିକି ମିଳୁଛି । ତେଣୁ କେଉଁ ଯୋଜନା ଦ୍ୱାରା ହିତାଧିକାରୀ କେତେ ଉପକୃତ ହେବେ ତାହାର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ।

ଅନ୍ୟପକ୍ଷେ ବିଜେଡି ବୟାନକୁ ଖଣ୍ଡନ କରିଛି ବିଜେଡି । ବିଜେଡିର ଟାର୍ଗେଟ ଉପରେ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ନିର୍ବାଚନ ବର୍ଷ ଥିବାରୁ ବାଧ୍ୟବାଧକତାରେ କିଛି ବିଷୟକୁ ସାମ୍ନାକୁ ଆଣୁଛି  ବିଜେଡି ।  ବିଜୁ ସ୍ୱାସ୍ଥ୍ୟ କାର୍ଡ଼କୁ ନେଇ ବିଜେଡି ଯାହା କହିଛି ତାହା ରାଜନୈତିକ ବୟାନବାଜି । ବିଭିନ୍ନ ସମୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣା ସାମ୍ନକୁ ଆସିଛି । ଏପରିକି ଏହି ଯୋଜନାରେ କେତେଜଣ  ରୋଗୀ କେତେ ଟଙ୍କା କେତେ ଥର ପାଇଛନ୍ତି  ତାହାର ତଥ୍ୟ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରନ୍ତୁ ବୋଲି ଦାବି କରିଛନ୍ତି ସମୀର ମହାନ୍ତି ।

Leave A Reply

Your email address will not be published.