Latest Odisha News

BREAKING NEWS

ଅଜବ ଚାକିରି : ମଦ ପିଇବାକୁ ମିଳୁଛି ଆଖିଦୃଶିଆ ଦରମା

ନ୍ୟୁୟର୍କ: ଚାକିରିକୁ ନେଇ ଲୋକଙ୍କର ଭିନ୍ନ ଭିନ୍ନ ପସନ୍ଦ ରହିଛି । କିଏ ଧାରାବାହିକ ୧୦ରୁ ୪ ପର୍ଯ୍ୟନ୍ତ ଚାକିରି କରିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ୧୨ ଘଣ୍ଟିଆ ଚାକିରିକୁ ମଧ୍ୟ ପସନ୍ଦ କରିଥାନ୍ତି । ତେବେ ଯଦି ଆପଣଙ୍କୁ ଏମିତି ଚାକିରି ମିଳିବ ଯେଉଁଥିରେ ଯେତେ ଇଛା ମଦ ପିଇପାରିବେ ଓ ତାହାସହିତ ବୁଲାବୁଲି ବି କରିପାରିବେ ତେବେ କେମିତି ଲାଗିବ । ଏଭଳି ଏକ ଚାକିରିକୁ ନେଇ ସୋସିଆଲ ମିଡ଼ିଆରେ ଏବେ ଖୁବ୍ ଚର୍ଚ୍ଚା ।

ଆମେରିକାର ଜଣାଶୁଣା ବ୍ରିଟ୍ ଷ୍ଟପ ଏକ ସଂସ୍ଥା ପକ୍ଷରୁ ଚାକିରି ଆହ୍ୱାନ କରାଯାଇଛି । ଏହି ଚାକିରିରେ ଯେଉଁମାନେ ରହିବେ ସେମାନଙ୍କୁ ବିଶେଷ କିଛି କଷ୍ଟ କରିବାକୁ ପଡ଼ିବ ନାହିଁ । ତେବେ ପବ୍‌, ୱିନେରୀ, ଫ୍ୟାକ୍ଟ୍ରି ସମେତ ପ୍ରାୟ ୧୦୦୦ ଛୋଟ ବ୍ୟବସାୟରେ ଏହି ଚାକିରି କରିବାକୁ ପଡ଼ିବ । ଯେଉଁଥିରେ ଆପଣଙ୍କୁ ନିଜେ ଏକ ମୋଟରଭାନ କିମ୍ବା କ୍ୟାମ୍ପଭ୍ୟାନ ଚଲାଇବାକୁ ପଡ଼ିବ । ବ୍ରିଟ୍ ଷ୍ଟପ୍ ସଂସ୍ଥାରେ ୭୫୦ ରୁ ଅଧିକ ପବ୍ ରହିଛି । ଏହି ଚାକିରିରେ, ଆପଣ ଶହ ଶହ ସୁନ୍ଦର ଏବଂ ମନୋରମ ସ୍ଥାନ ପରିଦର୍ଶନ କରିପାରିବେ ଏବଂ ଏକ ଭଲ ସ୍ଥାନରେ ରହିବାର ବ୍ୟବସ୍ଥା ମଧ୍ୟ ପାଇପାରିବେ ।

ତେବେ ଏହି ଚାକିରିରେ ମୋଟା ଦରମା ସହିତ ନାମୀଦାମୀ କମ୍ପାନୀର ମଦ ମଧ୍ୟ ମୁଫତ୍ ପିଇବାକୁ ମିଳିବ । ଏପରି ସ୍ଥାନ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ସ୍ଥାନରେ ରହିଛି । ଏହି କର୍ମଚାରୀଙ୍କୁ ଏଥିପାଇଁ ଏକ ସୁସଜ୍ଜିତ ମୋଟରହୋମ୍ ଦିଆଯିବ । ପ୍ରତ୍ୟେକ ଦିନର ଯାତ୍ରା ପାଇଁ ଷ୍ଟାଇପେଣ୍ଡ୍ ଭାବରେ ଟଙ୍କା ବି ମିଳିବ । ଏହା ବ୍ୟତୀତ ବ୍ରିଟ ଷ୍ଟପ୍‌ସର ଆଜୀବନ ସଦସ୍ୟତା ମଧ୍ୟ ଦିଆଯିବ । ଏହି କାର୍ଯ୍ୟ ପାଇଁ ବୟସ ୧୮ ବର୍ଷରୁ ଅଧିକ ହେବା ଉଚିତ ।

Comments are closed.