Latest Odisha News

BREAKING NEWS

ଚଳିତ ବର୍ଷ ୨.୧ କୋଟିରୁ ଅଧିକ ଲୋକ ରହିବେ ବେରୋଜଗାର; ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ହେତୁ ୨୦୨୨ ମସିହାରେ ମଧ୍ୟ ବେକାରି ସମସ୍ୟା ବୃଦ୍ଧି ପାଇବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଦ୍ବାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମହାମାରୀ ଯୋଗୁ କାର୍ଯ୍ୟକ୍ଷେତ୍ରରେ ଦୁଇ ପ୍ରତିଶତ ହ୍ରାସ ଘଟିବ।

ଆଇଏଲ୍ଓ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ବେକାରିଙ୍କ ସଂଖ୍ୟା ୨୦.୭ କୋଟିରେ ପହଞ୍ଚିପାରେ। ୨୦୧୯ ବର୍ଷ ତୁଳନାରେ ଏହା ୨.୧ କୋଟି ଅଧିକ। ରିପୋର୍ଟରେ କୁହାଯାଇଛି ଯେ ୨୦୨୩ ସୁଦ୍ଧା ବିଶ୍ବର ବେକାରୀ ସଂଖ୍ୟା ପୂର୍ବ-ମହାମାରୀ ସ୍ତରଠାରୁ ଅଧିକ ରହିପାରେ। ଆଇଏଲଓର ମହାନିର୍ଦ୍ଦେଶକ କହିଛନ୍ତି ଯେ କୋଭିଡ ସଙ୍କଟର ଦୁଇ ବର୍ଷ ପରେ ମଧ୍ୟ ପରିସ୍ଥିତି ଗୁରୁତର ରହିଛି।

ଆଇଏଲ୍ଓ ରୋଜଗାରର ବୃଦ୍ଧି ଓ ହ୍ରାସକୁ ଗଣନା କରିଥାଏ। ଏହି ସଂସ୍ଥା ଏକ ସପ୍ତାହରେ ୪୮ ଘଣ୍ଟା କାର୍ଯ୍ୟ ଉପରେ ଆଧାର କରି ନିଯୁକ୍ତି ଗଣନା କରେ।

ରିପୋର୍ଟରେ କୁହାଯାଇଛି ଯେ କରୋନା ସଂକ୍ରମଣ ହେତୁ ପ୍ରାୟ ପ୍ରତ୍ୟେକ ଦେଶରେ ଅର୍ଥନୀତି, ଆର୍ଥିକ ଏବଂ ସାମାଜିକ ସ୍ଥିତି ଦୁର୍ବଳ ହେଉଛି। ଏହାର କ୍ଷତିପୁରଣ ପାଇଁ ଅନେକ ବର୍ଷ ଲାଗିପାରେ।

Comments are closed.