Latest Odisha News

BREAKING NEWS

୧୪ ମିନିଟର ଫୋନ ….ସବୁ କିଛି ଉଜାଗର !

କାବୁଲ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ୧୪ ମିନିଟର ଫୋନ କଥା ବାର୍ତା ତାଲିବାନ ରାଜୁତି କରିବାର ସମସ୍ତ ସୂତ୍ର ବଖାଣି ଦେଉଛି । ରଏଟର୍ସରେ ପ୍ରକାଶିତ ଖବର ଅନୁସାରେ ଜୁଲାଇ ୨୩ରେ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା । ଘନିଙ୍କୁ ବାଇଡେନ ସାମରିକ ସହାୟତା ଯୋଗାଇ ଦେବା ନେଇ ଆଶ୍ୱସନା ଦେଇଥିଲେ । ଜେନେରାଲ ବିସମିଲା ଖାଁଙ୍କୁ ତାଲିବାନ ବିରୋଧରେ ଲଢ଼ିବା ଦାୟିତ୍ୱ ଦେବା ପାଇଁ ବାଇଡେନ ପ୍ରସ୍ତାବ ଦେଇଥିଲେ । ତେବେ ଘନିଙ୍କ ମନୋଭାବ ଗମ୍ଭୀର ନ ଥିଲା ।

ବାଇଡେନ ତାଙ୍କ ଭାବମୂର୍ତି ନେଇ ବ୍ୟସ୍ତ ଥିଲେ । ପାକିସ୍ତାନ ତାଲିବାନକୁ ସାହାଯ୍ୟ କରୁଛି ବୋଲି ଘନି ଆମେରିକା ରାଷ୍ଟ୍ରପତିଙ୍କୁ ଜଣାଇଥିଲେ । ଫୋନ ପୂର୍ବରୁ ଆମେରିକା ସେପ୍ଟମ୍ବର ୧୧ ସୁଦ୍ଧା କାବୁଲ ଛାଡିବ ବୋଲି ନିଷ୍ପତି ନେଇଥିଲା । ମାତ୍ର ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡିଥିଲା । ହ୍ୱାଇଟ ହାଉସ, ପାକିସ୍ତାନ ଦୂତାବସ ଏହାକୁ ଭିତିହୀନ ବୋଲି କହିଛନ୍ତି ।

Comments are closed.