Latest Odisha News

BREAKING NEWS

ରାଷ୍ଟ୍ରପତି ବାଇଡେନଙ୍କ ଗାଡିକୁ ଧକ୍କା ଦେଲା କାର: ବନ୍ଧୁକ ମୁନରେ ଡ୍ରାଇଭରଙ୍କୁ ଘେରିଗଲେ ସୁରକ୍ଷାକର୍ମୀ

ନ୍ୟୁୟର୍କ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି  ସାମ୍ନାକୁ ଆସିଛି । ଜୋ ବାଇଡେନଙ୍କ ଗାଡିକୁ ଏକ କାର ଧକ୍କା ଦେଇଛି । ବାଇଡେନ ଏକ ନିର୍ବାଚନ ପ୍ରଚାର ଅଭିଯାନ ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ତାଙ୍କ ପତ୍ନୀ ଜିଲ ବାଇଡେନ ମଧ୍ୟ ତାଙ୍କ ସହ ଥିଲେ । ତେବେ ଉଭୟେ ବାଇଡେନ ଓ ତାଙ୍କ  ପତ୍ନୀ ଠିକ ଅଛନ୍ତି । ତାଙ୍କର କୌଣସି କ୍ଷତି ହୋଇନାହିଁ ।

ଡେଲାବିୟରର ବିଲମିଙ୍ଗଟନରୁ ବାଇଡେନ ଏକ କାର୍ଯ୍ୟକ୍ରମ ସାରି ଫେରୁଥିଲେ । ଏହି  ସମୟରେ ହାଲ୍କା ରଙ୍ଗର ଏକ ଫୋର୍ଡ କାର ବାଇଡେନଙ୍କ ଗାଡିକୁ ଧକ୍କା ଦେଇଥିଲା । କୁହାଯାଉଛି, କାର ଚାଳକ ଆଗକୁ ଯିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ବାଇଡେନଙ୍କ ଗାଡିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବାଇଡେନଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ବନ୍ଧୁକ ମୁନ ଦେଖାଇ ଘେରି ଯାଇଥିଲେ । ଏହା ପରେ ବାଇଡେନ ଦମ୍ପତି ତାଙ୍କ ଘରକୁ ସୁରକ୍ଷିତ ଘରକୁ ଫେରି ଆସିଛନ୍ତି ।

ଦୁର୍ଘଟଣା ପରେ ସିକ୍ରେଟ ସର୍ଭିସ ଏଜେଣ୍ଟ ତୁରନ୍ତ ଆକ୍ସନ ମୋଡକୁ ଆସି ଯାଇଥିଲେ । ଧକ୍କା ଦେଇଥିବା କାରର ଡ୍ରାଇଭରକୁ ନିଜ କବଜାରେ ରଖିଛି ସିକ୍ରେଟ ସର୍ଭିସ ଏଜେନ୍ସି କବଜାକୁ ନେଇ ଜେରା କରୁଛି । ତେବେ ଏ ନେଇ ଅଧିକାରୀ ସ୍ତରରେ କୌଣସି ବକ୍ତବ୍ୟ ଦିଆ ଯାଇନାହିଁ

Leave A Reply

Your email address will not be published.