Latest Odisha News

BREAKING NEWS

କୁମାର ସଙ୍ଗକାରାଙ୍କୁ ପଛରେ ପକାଇଲେ ରୁଟ

ଦି ଓଭାଲ: ଇଂଲଣ୍ଡର ଜୋ ରୁଟ ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ତୃତୀୟ ଶତକ ହାସଲ କରିଛନ୍ତି । ଏଥିସହ ତାଙ୍କର ଓଭରାଲ ଶତକ ସଂଖ୍ୟା ୩୯ରେ ପଂହଚିଛି । ସେ ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରାଙ୍କୁ ଏଥିସହ ପଛରେ ପକାଇ ଦେଇଛନ୍ତି । ସଙ୍ଗକାରା ଆନ୍ତର୍ଜାତୀୟ ଟେଷ୍ଟରେ ୩୮ ଶତକ ହାସଲ କରିଥିଲେ । ରୁଟ ଏବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ତାଙ୍କ ଆଗରେ ଏବେ କେବଳ ଅଷ୍ଟ୍ରେଲିଆର ରିକି ପଂଟିଂ(୪୧), ଦକ୍ଷିଣ ଆଫ୍ରିକାର ଜ୍ୟାକ୍ସ କାଲିସ (୪୫) ଓ ଭାରତର ସଚିନ ତେନ୍ଦୁଲକର (୫୧) ରହିଛନ୍ତି । ରୁଟ ଭାରତ ବିପକ୍ଷ ସିରିଜରେ ୫୦୦ରୁ ଊର୍ଦ୍ଧ୍ୱ ରନ ମଧ୍ୟ ସଂଗ୍ରହ କରି ନେଇଛନ୍ତି । ୩୪ ବର୍ଷୀୟ ରୁଟ ୨୦୧୨ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ୧୫୭ ଟେଷ୍ଟ ଖେଳିଛନ୍ତି । ୩୯ ଶତକ ଓ ୬୬ ଅର୍ଦ୍ଧଶତକ ଏଥିରେ ସାମିଲ । ଟେଷ୍ଟ କ୍ରିକେଟରେ ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ ରୁଟ ନିକଟତର ହୋଇଛନ୍ତି ।

Comments are closed.