Latest Odisha News

BREAKING NEWS

ଆର୍ଚ୍ଚରଙ୍କ ନାମରେ ଯୋଡି ହୋଇଗଲା ଅଲୋଡା ରେକର୍ଡ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ପେସ ବୋଲର ଜୋଫ୍ରା ଆର୍ଚ୍ଚରଙ୍କ ନାମରେ ଏକ ଅଲୋଡା ରେକର୍ଡ ଯୋଡି ହୋଇଯାଇଛି । ତାଙ୍କ ବୋଲିଂ ଦଳର ପରାଜୟର କାରଣ ମଧ୍ୟ ସାଜିଛି । ସେ ଆଇପିଏଲ ଇତିହାସରେ ସବୁଠାରୁ ବ୍ୟୟବହୂଳ ବୋଲର ସାଜିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆର୍ଚ୍ଚର ୪ ଓଭରରେ ୭୬ ରନ ଦେଇଛନ୍ତି । ଟ୍ରେଭିସ ହେଡ, ଅଭିଷେକ ଶର୍ମା ଓ ଈଶାନ କିଶାନ ତାଙ୍କ ବୋଲିଂରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।

ସେ ପ୍ରଥମ ଓଭରରେ ୨୩ ରନ ଦେବା ପରେ ବାକି ୩ଟି ଓଭରରେ ଯଥାକ୍ରମେ ୧୨, ୨୨ ଓ ୧୯ ରନ ଦେଇଥିଲେ । ଏହା ପୂର୍ବରୁ ମୋହିତ ଶର୍ମାଙ୍କ ନାମରେ ଏହି ଅଲୋଡା ରେକର୍ଡ ରହିଥିଲା । ଗତ ସଂସ୍କରଣରେ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଖେଳୁଥିବା ମୋହିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୪ ଓଭରରେ ୭୩ ରନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେସିଲ ଥମ୍ପି ୭୦ ରନ, ୟାଶ ଦୟାଲ ୬୯ ଓ ରୀସ ଟପଲେ ୬୮ ରନ ଦେଇଥିଲେ ।

Comments are closed.