Latest Odisha News

BREAKING NEWS

ଏହି ଦିନ ରିଲିଜ ହେବ ଜନ୍‌ ଆବ୍ରାହମ୍‌ଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ ୨’

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଜନ୍ ଆବ୍ରାହମ୍ ତାଙ୍କ ଚଳଚ୍ଚିତ୍ର ସତ୍ୟମେବ ଜୟତେ ୨ ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି।

ଜାନୁଆରୀ ୨୬ ରେ, ଜନ୍ ଏକ ବିଶେଷ ଫଟୋ ସହିତ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ଫଟୋରେ ଜନ୍ ତ୍ରିରଙ୍ଗା ଉଡାଉଥିବା ନଜର ଆସିଛନ୍ତି। ଜନ୍ ଟ୍ୱିଟ୍ ରେ ଲେଖିଛନ୍ତି – ଜନ ମନ ଧନ ଅପେକ୍ଷା ଜନ ଗଣ ମନ ଅଧିକ। ସତ୍ୟମେବ ଜୟତେ ୨ ର ସମସ୍ତ ଟିମ୍‌କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଉଛି। ଏହାସହିତ ସେ କହିଛନ୍ତି ଯେ, ୧୪ ମଇ ୨୦୨୧ରେ ଇଦ୍ ଅବସରରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସତ୍ୟମେବ ଜୟତେ ୨ ନିର୍ଦ୍ଦେଶନା ଦେଇଛନ୍ତି ମିଲାପ ଜାଭେରୀ। ଏହା ଏକ ଆକ୍ସନ୍ ଫିଲ୍ମ ଯେଉଁଥିରେ ଜନ୍ ବିରେନ୍ଦର ରାଠୋର ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ମହିଳା ମୁଖ୍ୟ ଭୂମିକାରେ ଦିବ୍ୟା ଖୋସଲା କୁମାର ଅଭିନୟ କରିଛନ୍ତି। ମନୋଜ ବାଜପେୟୀଙ୍କୁ ମଧ୍ୟ ସତ୍ୟମେବ ଜୟତେ ୨ରେ ଦେଖିବାକୁ ମିଳିବ।

Leave A Reply

Your email address will not be published.