Latest Odisha News

BREAKING NEWS

ମୁମ୍ବାଇ ଛାଡି କାହିଁକି ଲଖ୍ନୌ ଗଲେ ଜନ୍ ଆବ୍ରାହାମ୍ ?

ମୁମ୍ବାଇ: କାଲିଠୁ ଆରମ୍ଭ ହେବ ଫିଲ୍ମ ସତ୍ୟମେବ ଜୟତେ-୨ର ସୁଟିଂ । ପୂର୍ବଥର ଭଳି ସିକ୍ୱେଲ ପାର୍ଟରେ ନଜର ଆସିବେ ଜନ୍ ଆବ୍ରାହାମ୍ । ହେଲେ କୌଣସି ଆକ୍ଟିଭ ଅଭିନେତ୍ରୀ ନୁହେଁ ବରଂ ପ୍ରଯୋଜକ ଭୂଷଣ କୁମାରଙ୍କ ସ୍ତ୍ରୀ ଦିବ୍ୟା ଖୋସ୍‌ଲାଙ୍କ ସହ ସେ ରୋମାନ୍ସ କରିବାରେ ନଜର ଆସିବେ ।

ଆଜି ଜନ୍ ଓ ଦିବ୍ୟା ଲଖ୍ନୌ ପହଂଚିଥିବାବେଳେ କାଲିଠୁ ଆରମ୍ଭ ହେବ ସୁଟିଂ । ମିଲାପ ଜାଭେରୀଙ୍କ ନିର୍ଦ୍ଦେଶନାରେ ଫିଲ୍ମର ସୁଟିଂ ୨୦୨୧, ଜାନୁଆରୀ ମାସ ପର୍ଯ୍ୟନ୍ତ ଜାରି ରହିବ । ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ହର୍ଷ ଛାୟା, ଗୌତମୀ କାପୁର, ସାଦ୍ ରାନ୍ଧୱା, ଅନୁପ ସୋନୀ ଓ ସାହିଲ ବୈଦଙ୍କୁ ଦେଖିବାକୁ ମିଳିବ ।

ଉତ୍ତରପ୍ରଦେଶ ସରକାରଙ୍କଠାରୁ ସ୍ୱତନ୍ତ୍ର ଅନୁମତି ନେଇ ସୁଟିଂ ସେଟ୍ ଅଂଚଳକୁ ସିଲ୍ କରିବାକୁ ନିର୍ଦ୍ଦେଶକ ଯୋଜନା କରିଛନ୍ତି । ଅନୁମତି ପ୍ରାପ୍ତ ଅଂଚଳରେ କେବଳ ସୁଟିଂ କ୍ରିଉ ମେମ୍ବର ରହିବେ । ଜନଙ୍କ ବିପକ୍ଷରେ ଦିବ୍ୟା ଖୋସଲା ନିର୍ଦ୍ଦେଶକଙ୍କ ପ୍ରଥମ ଚୟନ ନଥିଲେ । ତଥାପି ୨୦୧୮ରେ ରିଲିଜ୍ ହୋଇଥିବା ପ୍ରିକ୍ୱେଲ ପାର୍ଟଠାରୁ ସିକ୍ୱେଲ୍ ଅଧିକ ମନୋରଂଜକ ହେବ ବୋଲି ସେ ଆଶାୟୀ ଅଛନ୍ତି ।

ଲକ୍‌ଡାଉନ୍ ପୂର୍ବରୁ ଏହି ଫିଲ୍ମର ସୁଟିଂ ମୁମ୍ବାଇରେ ହେବା ନେଇ ସ୍ଥିର ହୋଇଥିଲା । ହେଲେ ତାଜା ସ୍ଥିତିକୁ ଅନୁଧ୍ୟାନ କରି ଲଖ୍ନୌରେ ସୁଟିଂ ହେବା ନେଇ ଧାର୍ଯ୍ୟ ହୋଇଛି । ତେବେ ଫିଲ୍ମର କ୍ଲାଇମ୍ୟାକ୍ସ ମୁମ୍ବାଇ ଷ୍ଟୁଡିଓରେ ସୁଟିଂ ହେବ । ମେ୧୨, ୨୦୨୧ରେ ଫିଲ୍ମଟି ରିଲିଜ୍ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.