Latest Odisha News

କରୋନା ଟିକା ଟ୍ରାଏଲ ସ୍ଥଗିତ ରଖିଲା ଜନ୍‌ସନ୍ ଆଣ୍ଡ ଜନ୍‌ସନ୍

ନୂଆଦିଲ୍ଲୀ: ପୁଣି କରୋନା ଟିକା ଟ୍ରାଏଲକୁ ଝଟ୍‌କା । ଟିକା ପରୀକ୍ଷା ସ୍ଥଗିତ ରଖିଲା ଜନ୍‌ସନ୍ ଆଣ୍ଡ ଜନ୍‌ସନ । କ୍ଲିନିକାଲ ଟ୍ରାଏଲ ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇପଡିଥିବାରୁ ଆମେରିକାର କରୋନା ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା ଜନ୍‌ସନ୍ ଆଣ୍ଡ ଜନସନ୍ ଟିକା ଟ୍ରାଏଲକୁ ସ୍ଥିଗିତ ରଖିଛି । ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିବା ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଟ୍ରାଏଲ ଉପରେ ସାମୟିକ ରୋକ ଲଗାଇଛି ଜନ୍‌ସନ୍ ଆଣ୍ଡ ଜନ୍‌ସନ୍ ।

Leave A Reply

Your email address will not be published.