ଭୁବନେଶ୍ୱର: ଜନସାଧାରଣଙ୍କ ଆସ୍ଥା ଜିତି ପାରିଛି ଏମସ । ଖାଲି ଓଡ଼ିଶା ନୁହେଁ, ସମଗ୍ର ପୂର୍ବଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ପାରିଛି ଏମସ୍ ଭୁବନେଶ୍ୱର । ଚିକିତ୍ସା ସେବା ପାଇବା ନିମନ୍ତେ ଏଠାରେ ହେଉଥିବା ଭିଡ଼ ହିଁ ଏମ୍ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଥିବା ଆସ୍ଥାକୁ ପ୍ରମାଣିତ କରୁଥିବା । ଏମିତି କହି ଏମସର କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ (ଆଇଏଏସ୍)।
ଯୁଗ୍ମ ସଚିବ ଦୁଇ ଦିନି ଗ୍ରସ୍ତରେ ଏମ୍ସ ଆସିଛନ୍ତି । ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହିତ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବାର୍ତ୍ତାଳପ କରିଥିଲେ।
କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବଙ୍କୁ ଏମ୍ସକୁ ସ୍ବାଗତ କରିବା ସହିତ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ବିଶ୍ବାସ ଏମ୍ସରେ ଜାରି ରହିଥିବା ବିଭିନ୍ନ ଅତ୍ୟାଧୁନିକ ପ୍ରକଳ୍ପ ଏବଂ ଭବିଷ୍ୟତ ଯୋଜନା ଉପରେ ଆଲୋକପାତ କରିଥିଲେ। ଏମ୍ସରେ ଯକୃତ(ଲିଭର) ପ୍ରତିରୋପଣ ସେବା ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ। ସମସ୍ତଙ୍କ ମିଳିତ ସହଯୋଗ ଏବଂ ଦଳଗତ କାର୍ଯ୍ୟ କାରଣରୁ ଏମ୍ସ ଭୁବନେଶ୍ୱର ରୋଗୀସେବା, ଗବେଷଣା ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ଗୌରବମୟ ଦଶନ୍ଧି ଯାତ୍ରା କାଳରେ ସର୍ବସାଧାରଣଙ୍କ ଆସ୍ଥା ଜିଣିପାରିଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।
ଏହି ଅବସରରେ ଯୁଗ୍ମ ସଚିବ ଶ୍ରୀମତୀ ପଟ୍ଟନାୟକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର, ସିଏସ୍ଏସ୍ଡି, ଏମ୍ଆରଡି, ପେଟ୍-ସିଟି, ରେଡିଏସନ୍ ଅଙ୍କୋଲୋଜି ସହିତ ଅନ୍ୟାନ୍ୟ ବିଭିନ୍ନ ସେବା ପରିଦର୍ଶନ କରିଥିଲେ। ଏମ୍ସରେ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ନିମନ୍ତେ ଥିବା ପ୍ରତିବଦ୍ଧତା ନିମନ୍ତେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ପ୍ରଶଂସା କରିଥିଲେ । ସେହିପରି କ୍ରମାଗତ ଭାବେ ସମ୍ମାନଜନକ ଏନ୍ଆଇଆରଏଫ୍ ଏବଂ ଇଣ୍ଡିଆ ଟୁଡେ ତାଲିକାରେ ଉଚ୍ଚସ୍ଥାନ ଅଧିକାର କରିଚାଲିଥିବାରୁ ଅନୁଷ୍ଠାନକୁ ଶ୍ରୀମତୀ ପଟ୍ଟନାୟକ ଅଭିନନ୍ଦନ ଜଣାଇଥିଲେ।
ଏହି ଅବସରରେ ଯୁଗ୍ମ ସଚିବଙ୍କ ସହ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଡିନ୍ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ୍ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଗସ୍ତ ଅବସରରେ ଶ୍ରୀମତୀ ପଟ୍ଟନାୟକ ଏମ୍ସ ଭୁବନେଶ୍ୱରର ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ମେଡିକାଲ୍, ପାରାମେଡିକାଲ୍, ନର୍ସିଂ ଆଦି ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଥିବା ସେମାନଙ୍କର ଦୂରଦୃଷ୍ଟି ଏବଂ ଭଲପାଇବାକୁ ନେଇ ବିଶେଷ ପ୍ରଭାବିତ ହୋଇଥିଲେ।
BREAKING NEWS
- ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍
- ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ
- ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍
- ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ
- ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ
- ମହଙ୍ଗା ଜାଲରେ ଛନ୍ଦି ହେଲାଣି ମଧ୍ୟବିତ୍ତ ପରିବାର: ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍!
- ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ
- ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ
- ଜନ୍ତର ମନ୍ତର ହିଂସା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଜାମିନ ପ୍ରଦାନ କଲେ ପଟିଆଲା ହାଉସ କୋର୍ଟ
- ୟୁପିଆଇ କାରବାର ନେଇ ନୂଆ ନିୟମ:ଜାଣନ୍ତୁ ନୂଆ ସ୍ଲାବ୍

Comments are closed.