Latest Odisha News

BREAKING NEWS

୧୯୧ତମ ଜନ୍ମଦିନ ପାଳିଲା ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ କଇଁଛ ଜୋନଥନ

ନୂଆଦିଲ୍ଲୀ: ୧୯୧ ତମ ଜନ୍ମଦିନ ପାଳନ କଲା ଜୋନଥନ । ଆପଣମାନେ ବି ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ଯେ  ଏତେ ବୟସ୍କ ବ୍ୟକ୍ତି କେଉଁଠି ଅଛନ୍ତି ?  ନାଁ ଆଜ୍ଞା, ଆମେ କୌଣସି ବୟସ୍କ ମଣିଷ କଥା କହୁନିୁ  । ଆମେ କହୁଛୁ ଏକ ବୟସ୍କ କଇଁଚର କଥା । ଏହି କଇଁଛଟି ନିଜର ବୟସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ । ଦୁନିଆରେ ଅନେକ ବୟସ୍କ କଇଁଛ ଅଛନ୍ତି । କିନ୍ତୁ ଜୋନଥନ ସବୁ ରେକର୍ଡ ଭାଙ୍ଗିଛି । ସେ ଏବେ ତାର ୧୯୧ତମ ଜନ୍ମଦିନ ପାଳିଛି ।

ଗିନିଜ୍‌ ୱାର୍ଲଡ୍‌ ରେକର୍ଡ’ ଅନୁସାରେ, ଏହି କଇଁଛଟି ୧୮୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲା। ୧୮୮୨ ମସିହାରେ ଏହାକୁ ସେସେଲ୍‌ଜ୍‌ରୁ ସେଣ୍ଟ୍‌ ହେଲନା ଦ୍ବୀପକୁ ଅଣାଯାଇଥିଲା । ଯେତେବେଳେ ତାହା ୫୦ ବର୍ଷର ହୋଇଥିଲା  । ସମୟ ଅତିକ୍ରମ କରିଛି , ଏହା ଜୋନଥନ୍ ଆଜି ୧୯୧ ବର୍ଷରେ ପାଦ ଥାପିଛି । ଏହି କଇଁଛକୁ ସର ୱିଲିୟମ ଗ୍ରେ ୱିଲସନଙ୍କୁ ଉପହାର ଆକାରରେ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ୱିଲିୟମ ଗ୍ରେ ଗଭର୍ଣ୍ଣର ହୋଇଥିଲେ । ଗିନିଜ ବୁକ ରେକର୍ଡ ଏହାକୁ ସବୁଠାରୁ ବୟସ୍କ କଇଁଛର ମାନ୍ୟତା ଦେଇଛି ।

ଜୋନଥନର ଆଉ ଏକ ବିଶେଷତ୍ୱ ହେଉଛି, ଏହା ଟର୍ଟଲ, କଇଁଛ ଏବଂ ଟେରାପିନ୍ସ ସମ୍ମିଶ୍ରଣ ପ୍ରଜାତିର ଏକ କଇଁଛ । ପ୍ରଥମେ ମାଲିଲାକୁ ବିଶ୍ୱର ସବୁଠାରୁ ବୟସ୍କ କଇଁଛର ମାନ୍ୟତା ମିଳିଥିଲା  । ଯାହାର ବୟସ ୧୮୮ ବର୍ଷ ଥିଲା । ହେଲେ ୧୯୬୫ ମସିହାରେ ଏହାର ମୃତ୍ୟୁ ହେବା ପରେ ଜୋନଥନ ଏହାର ରେକର୍ଡ ଭାଙ୍ଗିଛି । ତେବେ ପ୍ରଶ୍ନ ଉଠେ, କଇଁଛମାନଙ୍କର ଆୟୁ ଏତେ ଲମ୍ବା କାହିଁକି ହୋଇଥାଏ ? ଏକ ଗବେଷଣାରୁ ଜଣାଯାଇଛି, ବଡ ବଡ କଇଁଛର ଡିଏନଏରେ ଏକାଧିକ ଭାରିଏଣ୍ଟସ ଥାଏ   । ଯାହା ଡିଏନଏକୁ ରିପେୟାର କରିବାରେ ସାହାଯ୍ୟ କରିଥାଏ । ତା ଛଡା ଇମ୍ୟୁନ ସିଷ୍ଟମ ଶକ୍ତ କରିଥାଏ  । ଏବଂ କ୍ୟାନ୍ସର ପରି ବ୍ୟାଧିକୁ ପ୍ରତିହତ କରିବାରେ ସଫଳ ହୋଇଥାଏ  ।

Leave A Reply

Your email address will not be published.