Latest Odisha News

BREAKING NEWS

ଆବୁଧାବୀରେ ଫସି ଯାଇଛନ୍ତି ଇଂଲଣ୍ଡ କ୍ରିକେଟର ଜନୀ ବେୟାରଷ୍ଟୋ

ଦୁବାଇ:ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ମିଡିଲ ଇଷ୍ଟରେ ଉତେଜନା ବୃଦ୍ଧି ପାଇଛି । ଏଥିଯୋଗୁ ଅନେକ ଆନ୍ତର୍ଜାତୀୟ ଏୟାରଲାଇନ୍ସ ବିମାନ ଚଳାଚଳକୁ ବନ୍ଦ କରିବା ସହ ରୁଟରେ ପରିବର୍ତନ କରିଛନ୍ତି । ଇଂଲଣ୍ଡ ଲାୟନ୍ସର କୋଚ ତଥା ଇଂଲଣ୍ଡର ପୂର୍ବତନ କ୍ରିକେଟର ଜନୀ ବେୟାରଷ୍ଟୋ ଆବୁଧାବୀରେ ଫସି ଯାଇଛନ୍ତି । ସେ ଏଠାରୁ ତାଙ୍କୁ ସୁରକ୍ଷିତ ସ୍ୱଦେଶ ପଠାଇବା ପାଇଁ ଅନୁରୋଧ କରିଛନ୍ତି । ରବିବାର ଆବୁଧାବିରେ ପାକିସ୍ତାନ ଶାହୀନ୍ସ ଓ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚକୁ ବାତିଲ କରି ଦିଆଯାଇଛି ।

ଆମ ଟିମ ଓ ସମସ୍ତ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରାଥମିକତା ବୋଲି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି । ସୁରକ୍ଷା ବିଶେଷଜ୍ଞ ଓ ସରକାରଙ୍କ ସହ ଆମେ ସମ୍ପର୍କରେ ରହିଛୁ । ଖୁବ ଶୀଘ୍ର ସମସ୍ତେ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ବୋଲି ବୋର୍ଡ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଇରାନ ଓ ଇସ୍ରାଏଲ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି । ଏହାର ପ୍ରଭାବ ଅନ୍ୟ ଦେଶଗୁଡିକ ଉପରେ ପଡିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.