ନୂଆଦିଲ୍ଲୀ: ଇଂଲଣ୍ଡ ସିନିୟର ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଜୋସ ବଟଲର ଭାରତର ଏହି ଯୁବ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂରେ ବେଶ ପ୍ରଭାବିତ ହୋଇଛନ୍ତି । ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ଫାଇନାଲରେ ୧୭୫ ରନର ସ୍ମରଣୀୟ ଇନିଂସ ଖେଳିଥିଲେ । ବୈଭବ ୧୪ ବର୍ଷରେ ଯେଉଁଭଳି ବ୍ୟାଟିଂ କରୁଛନ୍ତି ତାକୁ ଯେତେ ପ୍ରଶଂସା କରାଯିବ କମ ହେବ । ସେ ଯଦି ଏବେ ଏମିତି ତେବେ ୧୮ ଆଉ ୨୦ ବର୍ଷରେ କଣ ବ୍ୟାଟିଂ ନ କରିବେ ବୋଲି ସେ କହିିଛନ୍ତି ।
ମୁଁ ଦେଖିଥିବା ଖେଳାଳିଙ୍କ ମଧ୍ୟରେ ବୈଭବ ସବୁଠାରୁ ଭଲ ଖେଳାଳି । ମୁଁ ପ୍ରଭାବିତ ବୋଲି ଏହି ୱିକେଟକିପର ବ୍ୟାଟ୍ସମ୍ୟାନଜଣଙ୍କ କହିଛନ୍ତି । ସେ ଆଗକୁ ନିଶ୍ଚିତ ଭାବେ ଜଣେ ବଡ ଖେଳାଳି ହେବେ । ସିନିୟର କ୍ରିକେଟରେ ସେ ପ୍ରବେଶ କରିବା ପରେ କିଭଳି ବ୍ୟାଟିଂ କରୁଛନ୍ତି ତାହା ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଆଇପିଏଲରେ ମଧ୍ୟ ବୈଭବ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।