Latest Odisha News

BREAKING NEWS

ଆଗପଛ ହୋଇ କରୋନାରେ ଚାଲିଗଲେ ସାମ୍ବାଦିକ ଦମ୍ପତି

ନୂଆଦିଲ୍ଲୀ: ଆଉ କେତେ ନିଷ୍ଠୁର ହେବ କରୋନା ? କେତେ ଲୋକଙ୍କ ଜୀବନ ନେବ ମହାମାରୀ ? ରୋହିତ ଶରଦାନାଙ୍କ ଦେହାନ୍ତକୁ ୨୪ ଘଣ୍ଟା ପୂରି ନଥିବା ବେଳେ କରୋନାରେ ଆଖି ବୁଜିଲେ ଆସାମର ସାମ୍ବାଦିକ ଦମ୍ପତି । ଦିଲ୍ଲୀରେ କାର୍ୟ୍ୟରତ ବରିଷ୍ଠ ସାମ୍ବାଦିକ କଲ୍ୟାଣ ବରୁଆ ଓ ତାଙ୍କ ପତ୍ନୀ ନୀଲାକ୍ଷୀ ଭଟ୍ଟାଚାର୍ୟ୍ୟ । ଦୁହେଁ କରୋନାରେ ସଂକ୍ରମିତ ହୋଇଥିଲେ । ଗତକାଲି ନୀଲାକ୍ଷୀ ଭଟ୍ଟାଚାର୍ୟ୍ୟ ପ୍ରାଣ ହରାଇଥିଲେ । ଦିଲ୍ଲୀରେ ଟାଇମ୍ସ ଅଫ୍ ଇଣ୍ଡିଆରେ କାର୍ୟ୍ୟରତ ଥିଲେ । ଆଜି ତାଙ୍କ ସ୍ୱାମୀ କଲ୍ୟାଣ ବରୁଆ ଚିକିତ୍ସାଧୀନ ଅବସ୍ଥାରେ ଆକି ବୁଜିଛନ୍ତି । ସେ ଦିଲ୍ଲୀରେ ଦି ଆସାମ ଟ୍ରିବ୍ୟୁନରେ ବ୍ୟୁରୋ ହେଡ୍ ଥିଲେ । ତାଙ୍କର ଗୋଟିଏ ଝିଅ ଅଛି ।

ସେହିପରି ଆସାମର ଆଉ ଜଣେ ସାମ୍ବାଦିକ ଅନିର୍ବାଣ ବୋରା ବି କରୋନାରେ ସଂକ୍ରମିତ ହୋଇ ଆଜି ପ୍ରାଣ ହରାଇଛନ୍ତି । ସେ ଦିଲ୍ଲୀରେ ଇକୋନୋମିକ୍ ଟାଇମ୍ସରେ ଗ୍ରାଫିକ୍ ଏଡିଟର ଭାବରେ କାମ କରୁଥିଲେ । ମୃତ୍ୟୁବେଳକୁ ତାଙ୍କୁ ୪୨ବର୍ଷ ବୟସ ହୋଇଥିଲା । ତାଙ୍କର ପତ୍ନୀ ଓ ଗୋଟିଏ ପୁଅ ଅଛନ୍ତି । ଏଯାଏ ଦେଶରେ କରୋନାରେ ୧୨୮ ଜଣ ସାମ୍ବାଦିକ ପ୍ରାଣ ହରାଇଲେଣି । ଏଥିରୁ ଚଳିତବର୍ଷ ଏପ୍ରିଲରେ କେବଳ ୭୭ ଜଣଙ୍କର ଜୀବନ ନେଇଛି କରୋନା ।

Leave A Reply

Your email address will not be published.