Latest Odisha News

BREAKING NEWS

ସାମ୍ବାଦିକ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀକୁ ମୂଲ୍ୟବୋଧ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉ

ଯାଜପୁର :  ଯାଜପୁର ଠାର ରାଜ୍ୟ ସାମ୍ବାଦିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସଙ୍ଘର ରାଜ୍ୟ ସଭାପତି କୈଳାସ ନାୟକ ଯୋଗ ଦେଇଥିଲେ ଏବଂ ଆସନ୍ତା ନଭେମ୍ବର ୮ ତାରିଖ କୁ ମୂଲ୍ୟବୋଧ ସାମ୍ବାଦିକତା ଦିବସ ଭାବେ ପାଳନ କରିବାକୁ ନିବେଦନ କରିଥିଲେ ।

ଦିନକୁ ଦିନ ସାମ୍ବାଦିକତା କ୍ଷେତ୍ରରେ ମୂଲ୍ୟବୋଧତା ଧିରେ ଧିରେ କମି ଆସୁଥିବା ବେଳେ ସାମ୍ବାଦିକ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ କୁ ମୂଲ୍ୟବୋଧ ସାମ୍ବାଦିକତା ଦିବସ ଭାବେ ପାଳନ କରିବାକୁ ସେ ଅନୁରୋଧ କରିଥଲେ। ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଙ୍ଘ ସାମ୍ବାଦିକ ସୁବାସ ଧଳ ଯୋଗ ଦେଇ ପାପଡାହାଣ୍ଡି ଠାରେ ହୋଇଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା କୁ ନିନ୍ଦା କରିଥିଲେ।

Comments are closed.