Latest Odisha News

ରସୁଲଗଡ଼ ଫ୍ଲାଏ ଓଭରରେ ବାଇକ ଦୁର୍ଘଟଣା, ଦମ୍ପତି ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ସଡ଼କ ଦୁର୍ଘଟଣା। ରସୁଲଗଡ଼ ଫ୍ଲାଏ ଓଭରରୁ ଛିଟିକି ପଡିଲେ ଦମ୍ପତି। ବୁଧବାର ବିଳମ୍ବିତ ରାତିରେ ବାଇକ ଯୋଗେ ଭୁବନେଶ୍ୱରୁ କଟକ ଯିବା ସମୟରେ ଏକ କାର ପଛପଟୁ ଧକ୍କା ମାରିଥିଲା। ଫଳରେ ବ୍ରିଜ ଉପରୁ ଖସିପଡିଲେ ଦମ୍ପତି। ଏହି ଦୁର୍ଘଟଣାରେ ଉଭୟ ସ୍ୱାମୀ-ସ୍ତ୍ରୀ ଆହତ ହୋଇଥିବା ସୂଚନା ରହିଛି।

BjdElectrycity

ସୂଚନାନୁସାରେ, ଦମ୍ପତି ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବାବେଳେ ବ୍ରିଜ୍ ଉପରେ ଏକ ୱାଗନ୍-ଆର କାର ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ନିକଟସ୍ଥ ଥାନାକୁ ଖବର ଦେଇଥିଲେ। ଆହତ ଦମ୍ପତିଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଶରୀରର କିଛି ଅଂଶରେ ଆଘାତ ଲାଗିଛି। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭରକୁ ପୋଲିସ ପଚରାଉଚରା ପାଇଁ ଥାନାରେ ଅଟକ ରଖିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁର୍ଘଟଣାର କିଛି ସେକେଣ୍ଡ ପୂର୍ବରୁ ଦ୍ରୁତ ଗତିରେ ଗାଡିଟି ଆସୁଥିବାର ଦେଖିବାକୁ ମିଳିଲା। ନିମିଶକ ମଧ୍ୟରେ ଏହି ୱାଗନ-ଆର୍ କାରଟି ଏକ ବାଇକକୁ ପଛପଟୁ ଧକ୍କା ମାରିଲା। ଦମ୍ପତିଙ୍କ ଗାଡି କାନ୍ଥ ଆଡକୁ ଧକ୍କା ହେବା ପରେ ଫ୍ଲାଏ ଓଭରରୁ ତଳକୁ ଖସିପଡିଥିଲା। ସେପଟେ ପୋଲିସ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ପଚରାଉଚୁରା କରି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.