Latest Odisha News

BREAKING NEWS

ବନ୍ୟା ପାଣିରେ ଓଦା ହୋଇଯିବେ ବୋଲି କର୍ମଚାରୀଙ୍କ ପିଠିରେ ପାରି ହେଲେ ବିଜେପି ବିଧାୟକ

ଦିସପୁର: ଆସାମରେ ବନ୍ୟା ପରିସ୍ଥିତି । ପାଣି ଘେରରେ ଲକ୍ଷ ଲକ୍ଷ ଲୋକ । ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଦୁଦ୍ଦର୍ଶା ଦେଖିବାକୁ ଜମୁଛି ନେତାଙ୍କ ଭିଡ଼ । ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବନ୍ୟା ପାଣି ଜୋତାରେ ଲାଗିଲେ ଖରାପ ହୋଇଯିବ ଚିନ୍ତା କରି ଜଣେ ବିଜେପି ବିଧାୟକ କର୍ମଚାରୀଙ୍କ ପିଠିରେ ପାରି ହେଉଥିବାକ ନଜରକୁ ଆସିଛି।

ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ, ଯେତେବେଳେ ଲୁମ୍ଡିଙ୍ଗ ବିଧାନସଭାର ବିଜେପି ବିଧାୟକ ଶିବୁ ମିଶ୍ର ବନ୍ୟା ପରିସ୍ଥିତିର ଆକଳନ କରିବାକୁ ଆସିଥିଲେ। ସେତେବେଳେ ସେ ବନ୍ୟା ପାଣିରୁ ବର୍ତ୍ତିବା ପାଇଁ  ପାଇଁ କାମ କରୁଥିବା ଜଣେ କର୍ମଚାରୀଙ୍କ ପିଠିରେ ପାରି ହୋଇଥିଲେ। ତାଙ୍କର ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

କହିରଖୁଛୁ, ଆସାମର 27 ଟି ଜିଲ୍ଲାର 6.6 ଲକ୍ଷରୁ ଅଧିକ ଲୋକ ମୌସୁମୀ ବର୍ଷା ହେତୁ ବନ୍ୟା ପରିସ୍ଥିତିରେ ଅଛନ୍ତି। ଏହି ସମୟ ମଧ୍ୟରେ କିଛି ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି 48 ହଜାରରୁ ଅଧିକ ଲୋକଙ୍କୁ 248 ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି।

ସଦ୍ୟ ସୂଚନା ଅନୁଯାୟୀ ଆସାମରେ ଜାରି ରହିଥିବା ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କଚର ଜିଲ୍ଲା ପ୍ରଶାସନ ସମସ୍ତ ଶିକ୍ଷାନୁଷ୍ଠାନ ତଥା ଅତ୍ୟାବଶ୍ୟକ ଘରୋଇ ପ୍ରତିଷ୍ଠାନକୁ 48 ଘଣ୍ଟା ପାଇଁ ବନ୍ଦ କରି ଦେଇଛି। ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରି ସମସ୍ତ ବେସରକାରୀ ତଥା ସରକାରୀ ବିଦ୍ୟାଳୟ ଓ କଲେଜକୁ 2 ଦିନ ବନ୍ଦ ରଖିବାକୁ କହିଛି।

Leave A Reply

Your email address will not be published.