Latest Odisha News

ଜେଏସପି ଫାଉଣ୍ଡେସନ ଓଡ଼ିଶାର ୯୧ ପରିବାର ସମେତ ୪୪୯ ପରିବାରକୁ କଲା ଆବାସ ସହାୟତା ପ୍ରଦାନ

ଭୁବନେଶ୍ୱର: ଜେଏସପି ଫାଉଣ୍ଡେସନ ପକ୍ଷରୁ ଆଶିଆନା ନାମକ କାର୍ଯ୍ୟକ୍ରମରେ ୧୧ଟି ରାଜ୍ୟର ୪୪୯ ଜଣ ଗରିବ ପରିବାରଙ୍କୁ ଆବାସ ସହାୟତା ପ୍ରଦାନ କରାଯାଇଛି।

ଜେଏସପି ଫାଉଣ୍ଡେସନଅଧ୍ୟକ୍ଷ ଶାଲୁ ଜିନ୍ଦଲ ଏହି କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣର ଶୁଭାରମ୍ଭ କରି ମନୋନୀତ ପରିବାରକୁ ଆର୍ଥିକ ସହାୟତା ପାଇଁ ନିଶ୍ଚିତପତ୍ର ପ୍ରଦାନ କରିଥିଲେ।

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ସିଏସଆର ଶାଖା ଜେଏସପି ଫାଉଣ୍ଡେସନର ଏକ ଅଂଶ ହେଉଛି ଆଶିଆନା – ସମୁଦାୟରେ ମାନବ ବିକାଶ ସୂଚକାଙ୍କ (ଏଚଡିଆଇ)ରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।

“ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ସମସ୍ତେ ଘରର ସୁରକ୍ଷା ପାଇବାକୁ ଯୋଗ୍ୟ ଅଟନ୍ତି ଏବଂ ଆମେ ଗର୍ବିତ ଯେ ଅତୀତରେ ପ୍ରଦାନ କରାଯାଇଥିବା ଆବାସ ସହାୟତା ମଧ୍ୟରୁ ୫୨୧ ଟି ପରିବାର ଆମର ଆଶିଆନା କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆର୍ଥିକ ସହାୟତାରେ ସେମାନଙ୍କ ସ୍ୱପ୍ନର ଘର ନିର୍ମାଣ କରିସାରିଛନ୍ତି ।

ମୁଁ ଏହା ଜାଣି ଅତ୍ୟନ୍ତ ଆନନ୍ଦିତ ଯେ ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣରେ ଅତିରିକ୍ତ ୪୪୯ ଟି ପରିବାରଙ୍କୁ ଘର ପାଇବାର ସ୍ୱପ୍ନ ପୂରଣ କରିବା ପାଇଁ ଆର୍ଥିକ ସହାୟତା ମିଳିବ । ମୁଁ ନିଶ୍ଚିତ ଯେ ଏହା ସେମାନଙ୍କର ଏବଂ ସେମାନଙ୍କ ପରିବାରର ଜୀବନଧାରଣର ମାନକୁ ସ୍ଥାୟୀ ଭାବରେ ଉନ୍ନତ କରିବ ବୋଲି ଶାଲୁ କହିଛନ୍ତି।

ଏହି କାର୍ଯ୍ୟକ୍ରମ ଅଧୀନରେ ଜେଏସପି ଫାଉଣ୍ଡେସନ ଶୌଚାଳୟ, ପାନୀୟ ଜଳ ଓ ବିଜୁଳି ଭଳି ଅତ୍ୟାବଶ୍ୟକ ସୁବିଧା ଥିବା ଘର ନିର୍ମାଣ ପାଇଁ ଯୋଗ୍ୟ ପରିବାରକୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବ।

ଜେଏସପି ଫାଉଣ୍ଡେସନକୁ ଚଳିତ ବର୍ଷ ଆର୍ଥିକ ସହାୟତା ପାଇଁ ୭୭୩ ଟି ଆବେଦନ ମିଳିଥିଲା, ଯେଉଁଥିରୁ ୪୪୯ ଟି ପରିବାର ଏହି ସହାୟତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଛତିଶଗଡ଼ରେ ୩୦୪, ଓଡ଼ିଶାରେ ୯୧, ଉତ୍ତରପ୍ରଦେଶରେ ୧୬, ଝାଡ଼ଖଣ୍ଡରେ ୧୨, ବିହାରରେ ୭, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରେ ୬ ଲେଖାଏଁ, ଉତ୍ତରାଖଣ୍ଡରେ ୩, ଝାଡ଼ଖଣ୍ଡରେ ୨ ଏବଂ ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରେ ଜଣେ ଲେଖାଏଁ ପରିବାର ରହିଛନ୍ତି। ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ନିର୍ଭର କରି ପର୍ଯ୍ୟାୟକ୍ରମେ ଏହି ରାଶି ପ୍ରଦାନ କରାଯିବ।

ଜେଏସପିର ସଭାପତି ତଥା ଗୋଷ୍ଠୀ ମୁଖ୍ୟ (ସିଏସଆର) ପ୍ରଶାନ୍ତ କୁମାର ହୋତା ସମାଜରେ ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଛନ୍ତି।

ଏହି ଅବସରରେ ଜେଏସପିର ସିଏଚଓ ଶୁଭଦୀପ ଖାନ୍, ବରବିଲ ୟୁନିଟ୍ ମୁଖ୍ୟ ପୁରୁଷୋତ୍ତମ ଏମ୍ ଡି, ସଭାପତି ତଥା ସିଏଫ୍ଓ (ରାୟଗଡ଼ ୟୁନିଟ୍) ହନୁମାନ ଶର୍ମା, ପଟ୍ରାଟୁ ୟୁନିଟ୍ ମୁଖ୍ୟ ଆଶିଷ ଜୈନ, ଜେପିଏଲ୍ ର ତମନାର ୟୁନିଟ୍ ମୁଖ୍ୟ ଛବି ନାଥ ସିଂହଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.