Latest Odisha News

BREAKING NEWS

ଜୁଡାକୋ ସୁଶୀଲା ଦେବୀଙ୍କୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ: ଭାରତର ଷ୍ଟାର ଜୁଡାକୋ ସୁଶୀଲା ଦେବୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । କଂଟିନେଟାଂଲ କୋଟା ମାଧ୍ୟମରେ ସେ ଯୋଗ୍ୟତା ହାସଲ କରିଥିବା ନେଇ ଆନ୍ତର୍ଜାତୀୟ ଜୁଡୋ ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୪୮ କେଜି ବିଭାଗରେ ସେ ଏସୀୟ ତାଲିକାରେ ୯୮୯ ପଂଏଟ ସହ ୭ମ ସ୍ଥାନ ହାସଲ କରିଥିଲେ ।

ଅଲିମ୍ପିକ୍ସ ପାଇଁ ଏସିଆରୁ ଏହି ବିଭାଗରେ ୧୦ କୋଟା ରହିଛି । ଏହା ତାଙ୍କ କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ହେବ । ୨୦୧୬ରେ ଅବତାର ସିଂ ଏକମାତ୍ର ଭାରତୀୟ ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.