ମୁମ୍ବାଇ: ଫେଣ୍ଟମ୍ ଷ୍ଟୁଡିଓ ଏବଂ ଏଜିଏସ୍ ଏଣ୍ଟରଟେନମେଣ୍ଟ ଆମୀର ଖାନଙ୍କ ପୁଅ ଜୁନୈଦ ଖାନ ଏବଂ ଶ୍ରୀଦେବୀଙ୍କ ଝିଅ ଖୁସି କପୁରଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଦ୍ୟୁତ ଚନ୍ଦନ ଏବଂ ଏହାର ନାମ ‘ଲଭୟାପା’ । ଏହି ଆଗାମୀ ରୋମାଣ୍ଟିକ୍-କମେଡି ସବୁ ବଡ ପରଦାରେ ରିଲିଜ ହେବାକୁ ପ୍ରସ୍ତୁତ ।
ଚଳଚ୍ଚିତ୍ରର ୟଙ୍ଗ ଏବଂ ଫ୍ରେଶ୍ ଅନର୍ଜି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ । ଆଧୁନିକ ରୋମାଣ୍ଟିକ୍-କମେଡି ପାଇଁ ଏକ ନୂଆ ଶୈଳୀ ଦେବାକୁ ଯାଉଥିବା ଏହି ଦୁଇ ଉଦୀୟମାନ ତାରକାଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।
‘ଲଭୟାପା’ ପ୍ରେମ ଏବଂ ଏହାର କଷ୍ଟପୂର୍ଣ୍ଣ କାହାଣୀ, ଯାହା ମସ୍ତି ଓ କମେଡିର ତଦକାରେ ପରିପୂର୍ଣ୍ଣ । ଏହି ଚଳଚ୍ଚିତ୍ର ଦର୍ଶକଙ୍କ ପାଇଁ ଏକ ବିଶେଷ ଉପହାର ହେବାକୁ ଯାଉଛି । ଦୁଇଟି ଦମଦାର ପ୍ରଡକ୍ସନ ହାଉସି ଏହି ବଡ ପ୍ରୋଜେକ୍ଟକୁ ସମର୍ଥନ କରୁଛନ୍ତି – ଫେଣ୍ଟମ୍ ଷ୍ଟୁଡିଓ ଏବଂ ଏଜିଏସ୍ ଏଣ୍ଟରଟେନମେଣ୍ଟ । ଫେଣ୍ଟମ୍ ଷ୍ଟୁଡିଓ ସବୁବେଳେ ବହୁ ହିଟ୍ ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା ହୋଇଥିବାବେଳେ ଏଜିଏସ୍ ଏଣ୍ଟରଟେନମେଣ୍ଟ ଅନେକ ହିଟ୍ ଫିଲ୍ମ ଦେଇଛି । ଏହି ଦୁଇଜଣଙ୍କର ଏକାଠି ହେବା ସହିତ ବିଶେଷ ଉତ୍ସାହ ଏବଂ ଶକ୍ତି “ଲଭୟାପା” ରେ ଦେଖିବାକୁ ମିଳିବ ।
‘ଲଭୟାପା’ ହେଉଛି ଏକ ଆଧୁନିକ ରୋମାନ୍ସ ଯାହା ଏକ ହୃଦୟସ୍ପର୍ଶୀ କାହାଣୀ, ଷ୍ଟାର ପରଫରମାନ୍ସ, ମଜାଦାର ମ୍ୟୁଜିକ୍ ଏବଂ ସୁନ୍ଦର ଭିଜୁଆଲରେ ପରିପୂର୍ଣ୍ଣ । ଏହି ଚଳଚ୍ଚିତ୍ର ପ୍ରେମର ପ୍ରତ୍ୟେକ ଦିଗକୁ ଦେଖଉଛି ଏବଂ ସମସ୍ତ ବୟସର ଦର୍ଶକଙ୍କ ସହିତ ଜୋଡିବାକୁ ପ୍ରସ୍ତୁତ ।
Comments are closed.