Latest Odisha News

BREAKING NEWS

ଲାଞ୍ଚ ନେବା ବେଳେ ଧରାପଡିଲେ, ଭିଜିଲାନ୍ସକୁ ଦେଖି ଅଚେତ ହୋଇଗଲେ

ରାୟଗଡ଼ା: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଜାଲରେ କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ । ୨୫ ହଜାର ଲାଞ୍ଚ ନେବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କୁ ଧରିଲା ଭିଜିଲାନ୍ସ । ଭିଜିଲାନ୍ସକୁ ଦେଖି ଅଚେତ ହୋଇପଡ଼ିଲେ ଯନ୍ତ୍ରୀ । ଅଚେତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଶ୍ରୀ ଚୌଧୁରୀ । ତେବେ ମନରେଗା ବିଲ୍‌ କରାଇଦେବାକୁ ଜଣେ ଠିକାଦାରଙ୍କଠୁ ଲାଞ୍ଚ ନେଉଥିଲେ ଶ୍ରୀ ଚୌଧୁରୀ ।

ସୂଚନାଯୋଗ୍ୟ ଯେ, ମନରେଗା ବିଲ୍‌ କରାଇଦେବାକୁ ଜଣେ ଠିକାଦାରଙ୍କଠୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶ୍ରୀ ଚୌଧୁରୀଙ୍କୁ ମାଡି ବସିଛି ଭିଜିଲାନ୍ସ ଟିମ୍ ।  ଶ୍ରୀ ଚୌଧୁରୀ ରାୟଗଡ଼ା ଡିଏଫଓ କଲୋନୀ ସ୍ଥିତ ନିଜ ବାସଭବନରେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ତାଙ୍କୁ ଧରିଥିଲେ ଭିଜିଲାନ୍ସ କର୍ମଚାରୀ।  ଭିଜିଲାନ୍ସ ଧରିବା ପରେ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଭିଜିଲାନ୍ସ କର୍ତ୍ତୃପକ୍ଷ । ଭିଜିଲାନ୍ସ ଅତିରିକ୍ତ ଏସପି ଓ ଇନ୍ସପେକ୍ଟର ଘଟଣାର ତଦନ୍ତ କରୁଛନ୍ତି । ସେ ସୁସ୍ଥ ହେବା ପରେ ଅଧିକ ତଦନ୍ତ କରିବ ଭିଜିଲାନ୍ସ ।

Comments are closed.