ଭୁବନେଶ୍ୱର: ଜାତୀୟ ଜୁନିୟର ପୁରୁଷ ହକିରେ ଓଡିଶା ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖିଛି । ଗୁରୁବାର ଅନୁଷ୍ଠିତ ସେମିଫାଇନାଲରେ ଓଡିଶା ୩-୨ରେ ପଞ୍ଜାବକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଓଡିଶା ଓ ହରିୟାଣା ମଧ୍ୟରେ ମୁକାବିଲା ହେବ । ହରିୟାଣା ଅନ୍ୟ ଏକ ସେମିରେ ଉତରପ୍ରଦେଶକୁ ୩-୦ରେ ହରାଥିଲା । ରୋମାଂଚକ ମୁକାବିଲାରେ ଓଡିଶା ପକ୍ଷରୁ ପ୍ରତାପ ଟପ୍ପୋ ୨ଟି ଗୋଲ ସ୍କୋର କରିଥିଲେ । ଏହା ପରେ ପଞ୍ଜାବ ମ୍ୟାଚରେ ସଫଳ ପ୍ରତ୍ୟାବର୍ତନ କରିଥିଲା । ଗୁରୁସେୱକ ସିଂ ଓ ମନମୀତ ସିଂ ରାଇ ପଞ୍ଜାବ ପକ୍ଷରୁ ଗୋଲ କରି ମ୍ୟାଚକୁ ୨-୨ ସମାନ ସ୍ଥିତିକୁ ଆଣି ଦେଇଥିଲେ । ଶେଷ ମୂହର୍ତରେ ଓଡିଶାର କରନ ଲାକ୍ରା ଗୋଲ ସ୍କୋର କରି ଦଳକୁ ୩-୨ରେ ବିଜୟୀ କରାଇଥିଲେ ।
ପ୍ରଭାବୀ ପ୍ରଦର୍ଶନ ପାଇଁ ଆର୍ଯ୍ୟନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ପୂର୍ବରୁ କ୍ୱାର୍ଟର ଫାଇନାଲରେ ଓଡିଶା ୯-୦ ଗୋଲରେ ମଣିପୁରକୁ ହରାଇ ସେମିକୁ ଉନ୍ନୀତ ହୋଇଥିଲା । କରନ ୨ଟି ଗୋଲ ସ୍କୋର କରିଥିବା ବେଳେ ବିଲକନ ଓରାମ, ରିତିକା ଲାକ୍ରା, ୟୋଜିନ ମିଞ୍ଜ, ନୀତେଶ ମିଞ୍ଜ, ହରୁନ ମିଞ୍ଜ, ଅଭିଷେକ ଟପ୍ନୋ ଓ ଦୀପକ ପ୍ରଧାନ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ।
Comments are closed.