Latest Odisha News

BREAKING NEWS

ଜାତୀୟ ଜୁନିୟର ଖୋ ଖୋ: ଟାଇଟଲ ଦୌଡରୁ ବାଦ ପଡିଲା ଓଡିଶା ବାଳକ, ବାଳିକା ଟିମ୍‌

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତାରେ ଓଡିଶା ଉଭୟ ବାଳକ ଓ ବାଳିକା ବିଭାଗ ଟାଇଟଲ ଦୌଡରୁ ବାଦ୍ ପଡିଛି । ବାଳକ ସେମିଫାଇନାଲର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମହାରାଷ୍ଟ୍ର ୧୫-୧୪ରେ ଓଡିଶାକୁ ପରାସ୍ତ କରିଛି । ପ୍ରଭାବୀ ପ୍ରଦର୍ଶନ କରିଥିବା ଓଡିଶା ଗୋଟିଏ ପଂଏଟ ଯୋଗୁ ଫାଇନାଲରୁ ବାଦ ପଡିଥିଲା । ମହାରାଷ୍ଟ୍ର ଓ ଦିଲ୍ଲୀ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ତୃତୀୟ ସ୍ଥାନ ପାଇଁ ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ମୁକାବିଲା ହେବ ।

ସେହିପରି ବାଳିକା ବିଭାଗରେ ଓଡିଶା ମାତ୍ର ୧ ପଂଏଟ ବ୍ୟବଧାନରେ ମହାରାଷ୍ଟ୍ରକୁ ହାରି ଯାଇଥିଲା । ୧୧-୧୦ରେ ବିଜୟ ହାସଲ କରିଥିବା ମହାରାଷ୍ଟ୍ର ଫାଇନାଲରେ କୋହ୍ଲାପୁରକୁ ଭେଟିବ । ଓଡିଶା ଏବଂ କର୍ଣ୍ଣାଟକ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱୀତା ହେବ ।

Leave A Reply

Your email address will not be published.