ନୟାଗଡ଼: ନୟାଗଡ଼ ଜିଲ୍ଲା ଟ୍ରେଜେରୀ ଅଫିସର ଜୁନିୟର ଷ୍ଟେନୋଗ୍ରାଫର ଗିରଫ । ୪୮ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଭିଜିଲାନ୍ସ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଗିରଫ କରିଛି। ଆଇଟି ବିଭାଗ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ଏକ ସେଣ୍ଟରରେ ପରମାନେଟ ରିଟାୟପମେଣ୍ଟ ପାସବୁକ ନମ୍ବର (PRAN) ଖୋଲିବା ପାଇଁ ୧୬୧ ଜଣ ଶିକ୍ଷକଙ୍କ ଠାରୁ ୩୦୦ ଟଙ୍କା ଲେଖାଏଁ ଜଣଙ୍କ ପିଛା ଲାଞ୍ଚ ମାଗିଥିଲେ। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଦୁର୍ଗା ମହାପାତ୍ରଙ୍କ ନିକଟରୁ ଲାଞ୍ଚର ସମସ୍ତ ଟଙ୍କା ଜବତ କରିଛନ୍ତି।
ଏକ ସରକାରୀ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ର ଧାରା ୭ ଅନୁଯାୟୀ ଏ ନେଇ ମାମଲା ରୁଜୁ କରାଯାଇଛି ଏବଂ ଆୟ ବହିର୍ଭୂତ ସମ୍ପତ୍ତିର ତଦନ୍ତ ପାଇଁ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି।
Comments are closed.