Latest Odisha News

ପରଲୋକରେ ଜୁନୁନ ଓ ବୁନିଆଦ ଆକ୍ଟର ମଙ୍ଗଲ ଧୀଲନ

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ଟିଭି ଓ ବଲିଉଡ୍ ଦୁନିଆର ଲୋକପ୍ରିୟ ଅଭିନେତା ମଙ୍ଗଲ ଧୀଲନ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି ।  ମଙ୍ଗଲ ଦୀର୍ଘଦିନ ଧରି କ୍ୟାନ୍ସର ଆକ୍ରାନ୍ତ ହୋଇଥିଲେ । ତାଙ୍କୁ  ଲୁଧିଆନା ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ସେଠାର ଆଜି  ତାଙ୍କର ପରଲୋକ ହୋଇ ଯାଇଛି । ତାଙ୍କର ମୃତ୍ୟୁ ଖବର  ସମସ୍ତଙ୍କୁ  ମର୍ମାହତ କରିଛି ।  ଜୁନ୍ ୧୮ରେ ତାଙ୍କ ଜନ୍ମଦିନ ଥିଲା । ଆଉ ତା ପୂର୍ବରୁ ତାଙ୍କର ପରଲୋକ ହୋଇଯାଇଛି ।  ଏ ନେଇ ଅଭିନେତା ୟଶପାଲ  ଧିଲନ ଫେସବୁକରେ ଏକ ପୋଷ୍ଟ ଶେୟାର କରି ତାଙ୍କ ମୃତ୍ୟୁ ଖବର ଜଣାଇଛନ୍ତି ।

  ମଙ୍ଗଲ ଧୀଲନଙ୍କ ଜନ୍ମ ପଞ୍ଜାବ ଫରିଦକୋଟ ଜିଲ୍ଲାରେ ଏକ ଶିଖ ପରିବାରରେ  ।  ୧୯୮୦ରେ ଅଭିନୟରେ ପୋଷ୍ଟ ଗ୍ରାଜୁଏସନ୍ କୋର୍ସ କରିବା ପରେ  ଦିଲ୍ଲୀର ଥିଏଟରରେ କାମ କରିବାକୁ ଆରମ୍ଭ କରିଥିଲେ । ୧୯୮୬ରେ ଟିଭି ଶୋ’ ‘କଥା ସାଗର’ରେ ଅଭିନୟ କରିବାକୁ ତାଙ୍କ ପ୍ରଥମ ସୁଯୋଗ ମିଳିଥିଲା । ଏହାପରେ ସେ ଅନେକ ସିରିଏଲ ଓ ଫିଲ୍ମରେ ଅଭିନୟ କରିଛନ୍ତି । ବିଶେଷ କରି ଜୁନୁନ ଏବଂ ବୁନିୟାଦରେ ଅଭିନୟ କରି ଦର୍ଶକଙ୍କ ମନୁ ଛୁଇଁ ଯାଇଥିଲେ । ସେହିପରି ଖୁନ ଭରି ମାଙ୍ଗ ଫିଲ୍ମରେ ସେ ଆଡଭୋକେଟ ଭୂମିକାରେ ଅଭିନୟ କରିଥିଲେ । ୨୦୦୦ ମସିହାର ଟିଭି ସୋ ନୁରଜାହାନରେ ସେ ମୁଖ୍ୟ ଭୂମିକା ଆକବର ରୋଲ କରିଥିଲେ ।

Comments are closed.