Latest Odisha News

BREAKING NEWS

ଜଷ୍ଟିସ ବିପି ଦାସ ‘ଓଏଚଆରସି’ ଅଧ୍ୟକ୍ଷ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚଆରସି) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।

ଏହାବ୍ୟତୀତ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସ କମିଶନର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।

ଏହି ନିଯୁକ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଚୟନ କମିଟିର ନିଷ୍ପତ୍ତି କ୍ରମେ ମଞ୍ଜୁର କରାଯାଇଥିଲା । ଜଷ୍ଟିସ ବିପି ଦାସ ଏବଂ ଆଇନଜୀବୀ ଅସୀମ ଅମିତାଭ ଦାସଙ୍କ ଏହି ନୂତନ ନିଯୁକ୍ତିକୁ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଅନୁମୋଦନ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଏହି କି ଯେ, ଦୀର୍ଘଦିନ ଧରି ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚଆରସି) ଅଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ଅଗଷ୍ଟ ୧୫ ୨୦୧୯ରେ ଜଷ୍ଟିସ ବୀରକିଶୋର ମିଶ୍ର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

କମିଶନରେ ରହିଥିବା ତିନିଜଣ ସଦସ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁବୀର ଦାଶ ମଧ୍ୟ ଅନ୍ୟତମ ସଦସ୍ୟ ରହିଛନ୍ତି ।

Leave A Reply

Your email address will not be published.