Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ଘଟଣା: ତିନି ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡ

ଯାଜପୁର: ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଜେଲ୍ ଦଣ୍ଡ । ତିନି ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲ୍ଲା ଜଜ । ମୁଖ୍ୟ ଅଭିଯୁକ୍ତ କେନ୍ଦୁଝରର ଭଗବାନ ମହାରଣାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ପୁନମ ଅଗ୍ରୱାଲ ଓ ନିରାକାର ପାଣିଗ୍ରାହୀକୁ ଦଣ୍ଡାଦେଶ ।

ସୂଚନା ଅନୁସାରେ, ୨୦୨୦ ମସିହା ସୁକିନ୍ଦା ଥାନା ଅଞ୍ଚଳର ୧୬ବର୍ଷୀୟ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଉକ୍ତ ମାମଲାର ଶୁଣାଣି କରି ୨୦ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ତିନି ଜଣ ଅଭିଯକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହ ୩ ହଜାର ଲେଖାଏଁ ଜରିମାନା ରାୟ ଶୁାଇଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ । ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.