Latest Odisha News

BREAKING NEWS

ନୂତନ ୟୁଥ ରେକର୍ଡ ସ୍ଥାପନ କଲେ ଜ୍ୟୋତ୍ସ୍ନା ଶବର

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ଜ୍ୟୋତ୍ସ୍ନା ଶବର ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେ ୪୦ କିଗ୍ରା ବିଭାଗରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ଓଭରାଲ ୧୩୦ କେଜିର ଭାର ଉଠାଇଥିଲେ । ସ୍ନାଚରେ ୬୦ ଓ କ୍ଲିନ ଆଣ୍ଡ ଜର୍କରେ ୭୦ କେଜି ଭାର ଉଠାଇଥିଲେ । ପ୍ରତୀସ୍ମିତା ଭୋଇ ୧୧୬ କେଜି ଭାର ସହ ରୌପ୍ୟ ଓ ଆନ୍ଧ୍ରପ୍ରଦେଶର ବି.ନୀରଜ ୧୧୪ କେଜି ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଟେବୁଲ ଟପର ମହାରାଷ୍ଟ୍ର ୧୦ମିଟର ଏୟାର ରାଇଫଲ ମିକ୍ସଡ ଟିମ ଇଭେଂଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ।

ବାଳିକା ହକିରେ ମଧ୍ୟପ୍ରଦେଶ ୩-୧ ଗୋଲରେ ଓଡିଶାକୁ ପରାସ୍ତ କରିଛି । ମଧ୍ୟପ୍ରଦେଶ ଓ ହରିୟାଣା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ବାଳକ ବିଭାଗରେ ଓଡିଶା ୬-୧ ଗୋଲରେ ଝାଡଖଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଓଡିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.