Latest Odisha News

BREAKING NEWS

ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଅବକାର ଦୁର୍ନୀତି ମାମଲାର‌େ ଦିଲ୍ଲୀ ହାଇକୋର୍ଟ ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ହୋଇଥିବା ମାମଲାଗୁଡ଼ିକରେ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସିବିଆଇ ତାଙ୍କୁ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଇଡି ଅର୍ଥ ହେରଫେର ଅଭିଯୋଗର‌େ ଯାଞ୍ଚ କରୁଛି।

ତେବେ ଯଦି କବିତାଙ୍କୁ ଜାମିନ ଦିଆଯାଏ, ସ‌େ ସାକ୍ଷୀଙ୍କୁ ପ୍ରଭାବିତ କରିବା କିମ୍ବା ଯାଞ୍ଚ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାର ସମ୍ଭାବନା ଥିବା ନେଇ ଚିନ୍ତା ପ୍ରକଟ କରିଥିଲା ସିବିଆଇ।

Comments are closed.