Latest Odisha News

BREAKING NEWS

ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ କେ. ବିଶାଲ ସିଂ

ପୁରୀ: ଗତକାଲି ପତିତପାବନଙ୍କୁ ଦର୍ଶନ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀର ନୂତନ ଏସପି ଭାବେ କେ ବିଶାଲ୍ ସିଂହ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୂର୍ବତନ ଏସପି ଅଖିଳେଶ୍ୱର ସିଂହଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି।

ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ମାନେ କେ ବିଶାଲ୍ ସିଂହ ଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ।ଜନସାଧାରଣଙ୍କ ସହଯୋଗରେ ଅପରାଧ ନିୟନ୍ତ୍ରଣ କରାଯିବ।ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ।

ଏନଏଚଆରସି ଗାଇଡ଼ଲାଇନ ଅନୁଯାୟୀ ହାଜତ ମୃତ୍ୟୁ ମାମଲାର ତଦନ୍ତ ଚାଲିଛି।ପୁରୀକୁ ବିଶ୍ୱସ୍ତରରେ ଶ୍ରେଷ୍ଠ ସହର କରାଯିବ।ପୂର୍ବପରି ପୁରୀ ସହରବାସୀ ସହଯୋଗରେ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ପୁରୀ ଜିଲ୍ଲାକୁ ଅପରାଧ ମୁକ୍ତ କରାଯିବ।ପୋଲିସ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇ କାର୍ଯ୍ୟ କରିବ ବୋଲି ସେ ଦୃଢ ନୂତନ ଏସପି ଦୃଢ଼ ଆଶାବାଦୀ ଅଛନ୍ତି।

ପିପିଲିର ୫ ଜଣ ଓ ପୁରୀ ଟାଉନ ଥାନାରେ ଦୁଇଜଣଙ୍କୁ ପୋଲିସ ଥାର୍ଡ ଡିଗ୍ରୀ ଅଭିଯୋଗର ମଧ୍ୟ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ପର୍ଯ୍ୟଟକଙ୍କୁ ସୁରକ୍ଷା,ପିପୁଲ ପୋଲିସିଙ୍ଗ ଉପରେ ପୁରୀ ପୋଲିସ ଗୁରୁତ୍ୱ ଦେବ।ଅପରାଧ ଓ ଅପରାଧୀଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ନୂତନ ଏସପି କହିଛନ୍ତି।ସେହିଭଳି ସମସ୍ତଙ୍କ ସହଯୋଗରେ ଗହଳି ନିୟନ୍ତ୍ରଣ, ଯାନିଯାତ୍ରା ଓ ପର୍ବପର୍ବାଣି ସମ୍ପାଦିତ ହେବ ବୋଲି ସେ ସୂଚନ ଦେଇଛନ୍ତି।

Comments are closed.