Latest Odisha News

କବାଡି: ବାଳକ ବିଭାଗରେ ପୁରୀ ଚାମ୍ପିୟନ

ପୁରୀ: ସୁନ୍ଦରଗଡରେ ୧୭ ବର୍ଷରୁ କମ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବାଳକ ବିଭାଗରେ ପୁରୀ ଚାମ୍ପିୟନ ହୋଇଛି । ଫାଇନାଲରେ ପୁରୀ ଚମତ୍କାର ପ୍ରଦର୍ଶନ କରି ୫୮-୪୩ ପଂଏଟରେ ଗଞ୍ଜାମକୁ ପରାସ୍ତ କରି ଟାଇଟଲ ହାସଲ କରିଛି । ବଲାଙ୍ଗୀର ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିବା ପରେ ପୁରୀ ସେମିଫାଇନାଲରେ ଢ଼େଙ୍କାନାଳକୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲା । ଅପରପକ୍ଷରେ ଅନ୍ୟ ସେମିଫାଇନାଲରେ ଜଗତସିଂହପୁରକୁ ହରାଇ ଗଞ୍ଜାମ ଫାଇନାଲରେ ପ୍ରବେଶ କରିଥିଲା ।

ପୁରୀ ଦଳର କୋଚ ଉମେଶ ଚନ୍ଦ୍ର ଶତପଥୀ ଓ ମ୍ୟାନେଜର ରୋଜାଲିନ ପଣ୍ଡା ଦଳଗତ ପ୍ରଦର୍ଶନ ପାଇଁ ସମସ୍ତ ଖେଳାଳୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । କ୍ରୀଡାବିତ ମୁକେଶ କାଟୁମ, ସୌମ୍ୟ ରଞ୍ଜନ ମଲ୍ଲ, ଜଗନ୍ନାଥ ଗଡ଼ନାୟକ, ଶକ୍ତି ପ୍ରସାଦ ସେଠୀ, ହିମାଂଶୁ ରାଉତ, ବାଦଲ ମଲ୍ଲିକ, ମନୋଜ କାଣ୍ଡି, ରଞ୍ଜନ ବେହେରା, ଶୁଭମ ଜେନା, ଓମ୍ ପ୍ରକାଶ ମଲ୍ଲିକ, ଶିବରାମ ଜ୍ୟୋତି ସାହୁ ଓ ସୌମ୍ୟ ରଞ୍ଜନ ପାଢ଼ୀ ଅଶଂ ଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି ।

Leave A Reply

Your email address will not be published.