Latest Odisha News

କାବୁଲ ବିମାନ ବନ୍ଦର ବିସ୍ଫୋରଣର ମାଷ୍ଟରମାଇଣ୍ଡକୁ ହତ୍ୟା କଲା ତାଲିବାନ

କାବୁଲ୍‌: କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର  ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଇସଲାମିକ ଷ୍ଟେଟର ଆତଙ୍କବାଦୀକୁ ହତ୍ୟା କରିଛନ୍ତି ତାଲିବାନ । ଆମେରିକା ଅଧିକାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିହତ ଆତଙ୍କୀ ୨୦୨୧ ଅଗଷ୍ଟ ୨୬ରେ  କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା  । ଏହି ଘଟଣାରେ ୧୩ ଜଣ ଆମେରିକୀ ସେନାଙ୍କ ସମେତ ବହୁ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିଲା ।

ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ତାଲିବାନ କବ୍ଜାକୁ ଆସିବା ପରେ ଦେଶରେ ଅରାଜକତା ଦେଖା ଦେଇଥିଲା । ଆଫଗାନ ନାଗରିକଙ୍କ ସମେତ ଅନ୍ୟ ବେଦେଶୀ ନାଗରିକମାନେ ଦେଶ ଛାଡି ପଳାଇ ଆସିବାକୁ ଚେଷ୍ଟା  କରୁଥିଲେ । ଏମାନଙ୍କୁ ଆମେରିକୀ ସେନା ସହାୟତା କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । କାବୁଲ ଏୟାର ପୋର୍ଟର ପ୍ରବେଶ ପଥ ଆବେ ଗେଟ ନିକଟରେ ଏହି ବିସ୍ଫୋରଣ ଘଟିଥିଲା ।

ଆମେରିକାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ନିହତ ଆତଙ୍କୀ କାବୁଲ ବିମାନ ବନ୍ଦର ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲେ ଓ ସେ ଆଇଏସଆଇଏସ-କେ ର ମୁଖ୍ୟ ସଦସ୍ୟ ଥିଲେ । ତେବେ ସେ ଏହି ଆତଙ୍କୀଙ୍କ ନାଁ କହିନାହାନ୍ତି ।

ସୂଚନାଥାଉ କି, ଇସଲାମିକ ଷ୍ଟେଟର ସହଯୋଗୀ ସଂଗଠନ ଆଇଏସଆଇଏସ-କେ  ବା ଇସଲାମିକ ଷ୍ଟେଟ ଖୋରାସନ ନଁରେ ଜଣାଶୁଣା ।   ଏହି ସଂଗଠନ ତାଲିବାନର ଶତ୍ରୁ । ଆଫଗାନିସ୍ତାନର ପୂର୍ବାଞ୍ଚଳରେ ଏହି ଇସଲାମିକ ଷ୍ଟଟର ଆତଙ୍କୀମାନେ ପ୍ରଥମେ ଦେଖିବାକୁ ମିଳିଥିଲେ । ପରେ ଅନ୍ୟ ଅଞ୍ଚଳକୁ ବ୍ୟାପିଥିଲେ ।

Comments are closed.