Latest Odisha News

BREAKING NEWS

କାଳ ବୈଶାଖୀରେ କ୍ଷୟ କ୍ଷତି

କଳାହାଣ୍ଡି: କାଳ ବୈଶାଖୀ ଯୋଗୁ ଅନେକ କ୍ଷୟ କ୍ଷତି ହେଇଛି । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଲକର ମଦନପୁର ପଞ୍ଚାୟତ ଅଞ୍ଚଳରେ ଅପରାହ୍ନରେ ହୋଇଥିବା ଝଡ଼ ତୋଫାନରେ ଅନେକ କ୍ଷୟକ୍ଷତି ଘଟିଛି । ଯାହାକୁ ନେଇ ଚିନ୍ତାରେ ଅଞ୍ଚଳ ବାସୀ। ଏହି ଝଡ଼ ତୋଫାନ ରେ ଅଞ୍ଚଳର ଅନେକ ଗୁଡ଼ିଏ ଘର ଭାଙ୍ଗିବା ସହ କିଛି ଗାଈଗୋରୁଙ୍କ ମୃତ୍ୟୁ ହୋଇଛି । ଗଛ ଭାଙ୍ଗି ପଡ଼ିବାରୁ ଘଟଣା ସ୍ଥଳରେ କିଛି ଜୀବ ଜନ୍ତୁଙ୍କ ମୃତ୍ୟୁ୍ ହୋଇଛି।

ଏମିତି ଅନେକ ଲୋକଙ୍କର ବହୁତ୍ କିଛି କ୍ଷୟ କ୍ଷତି ଘଟେଇଛି କାଳ ବୈଶାଖୀ। ରାସ୍ତାରେ ଅନେକଗୁଡ଼ିଏ ଗଛ ଭାଙ୍ଗି ପଡ଼ିବାରୁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା। ଖବର ପାଇ ତହସିଲଦାର ସାୟଦ ଇସକା ପହଞ୍ଚି ଲୋକଙ୍କ ସମସ୍ୟା ବୁଲିିଦେଖିବା ସହ ପ୍ରଶାସନ ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗେଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ପହଞ୍ଚି ରାସ୍ତାରୁ ଗଛ ଗୁଡିକ କାଟି ରାସ୍ତା ସଫା କରିଥିଲେ ।

Leave A Reply

Your email address will not be published.