Latest Odisha News

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଫସିଛନ୍ତି କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା। ତାଙ୍କ ଗାଡିରୁ ୧ଲକ୍ଷ ୧୦ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ ।

ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ଦରା ୧ଲକ୍ଷ ୧୦ ହଜାର ଟଙ୍କା ନେଇ ନିଜ ସରକାରୀ ଗାଡ଼ି ଯୋଗେ ଭବାନୀପାଟଣା ସହରସ୍ଥିତ ହିଲଟାଉନ୍ ଲେନ୍ ନଂ ୨ରେ ଥିବା ଭଡ଼ାଘରକୁ ଯାଉଥିଲେ ।

କୌଣସି ସୂତ୍ରରୁ ସୂଚନା ପାଇବା ପରେ ଚଢାଉ କରି ତାଙ୍କ ଗାଡିରୁ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଟଙ୍କା ଜବତ କରିବା ସହିତ ଶିବ ପ୍ରସାଦଙ୍କୁ ଜେରା ପାଇଁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।

ତାଙ୍କ ଭବାନୀପାଟଣା ହିଲ ଟାଉନ ଭଡା ଘର ସମେତ ନବରଂଗପୁର ପୈତୃକ ଘରେ ମଧ୍ୟ ଭିଜିଲାନ୍ ବିଭାଗ ଚଢାଉ କରିଥିବା ସୁତରୁ ପ୍ରକାଶ।

Leave A Reply

Your email address will not be published.