Latest Odisha News

BREAKING NEWS

ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ

ଭୁବନେଶ୍ବର: ଡିପ୍‌ଥେରିଆ ସଂକ୍ରମଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକାଙ୍କ ସୂଚନା । ‘ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ’ । କଳାହାଣ୍ଡି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ସଂକ୍ରମଣ ବ୍ୟାପିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ।

ସୂଚନା ଅନୁସାରେ, ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ । ସେଠାରୁ ଉକ୍ତ ବ୍ୟକ୍ତି ଜଣଙ୍କ ସଂକ୍ରମିତ ହୋଇ ମାନୁଷପଦର ଫେରିଥିଲେ । ଏହାପରେ ସାରା ରାଜ୍ୟରେ ଡିପଥେରିଆ ସଂକ୍ରମଣ ବ୍ୟାପିଛି । କୋରାପୁଟ, କଳାହାଣ୍ଡିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେଲାନ୍ସ ଜାରି ରହିଛି । କୋରାପୁଟ ବନ୍ଧୁଗାଁ ଏବଂ କାଶୀପୁରର ମନୁଷପଦର ଅଞ୍ଚଳର ୧୩ ଗାଁରେ ବୁଷ୍ଟର ଡୋଜ୍ ଟିକାକରଣ ସରିଛି। ଏ ସବୁ ଗାଁରେ ୪୬୮ ପିଲାଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି । ସେପଟେ ଡିପଥେରିଆରେ ମୃତ୍ୟୁ ହୋଇଥିବା ଜଣେ ୧୧ ବର୍ଷୀୟା ଝିଅର ମୃତ୍ୟୁ ନେଇ ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ।

ବର୍ତ୍ତମାନ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ସର୍ଭିଲାନ୍ସ କରାଯିବ। ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଡିପ୍‌ଥେରିଆ ନେଇ ଆଇସିଏମ୍‌ଆର ଟିମ୍ ପଠାଯାଇଛି। ସେହିପରି ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି।

Leave A Reply

Your email address will not be published.