Latest Odisha News

ମଣ୍ଡିରେ ଧାନ ଗଜା, ପ୍ୟାକ୍ସ ସମ୍ପାଦକ ନିଲମ୍ବିତ

ଜୁନାଗଡ଼: ମଣ୍ଡିରେ ପଡ଼ି ରହିଛି ବସ୍ତା ବସ୍ତା ଧାନ । ନା ଆସିଛି ଟୋକନ୍ ନା ଉଠାଯାଉଛି ଧାନ । ଧାନ ଉଠାଣ ଦାବି ନେଇ ବହୁବାର ଚାଷୀଙ୍କ ବିରୋଧ ବି ଜାରି ରହିଛି । ହେଲେ ସେମାନଙ୍କ ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ । ପ୍ରତିଥର ପ୍ରତିଶ୍ରୁତି ଦେଇ କାମ ସରିଯାଉଛି । ହେଲେ ଏବେ ବି ମଣ୍ଡିରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡ଼ି ପଡ଼ି ଗଜା ହୋଇଗଲାଣି । ଯାହାକୁ ନେଇ ଚିନ୍ତା ବଢିବା ସହିତ ଖୁବଶିଘ୍ର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାର ଧମକ ଦେଇଛନ୍ତି ଦାସି ଗାଁ ଚାଷୀ ମାନେ ।

ସେପଟେ ମଣ୍ଡି ପରିଚାଳନାରେ ଅନିୟମିତତା ନେଇ ଜୁନାଗଡ଼ ଦାସି ଗାଁ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ । ପ୍ୟାକ୍ସ ସମ୍ପାଦକ ବିଷ୍ଣୁ ପ୍ରସାଦ ସାହୁଙ୍କୁ ମଣ୍ଡି ପରିଚାଳନାରେ ଅନିୟମିତତା ଯୋଗୁଁ ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବନ କରିଛନ୍ତି । ଦାସି ଗାଁ ପ୍ୟାକ୍ସ ଅଧୀନରେ ଥିବା ବିଭିନ୍ନ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ିରହିଛି  ଧାନ ଉଠାଣ ଦାବିରେ ଚାଷୀମାନେ ଗତ ଜୁନ ୨୫ ତାରିଖରୁ ଆନ୍ଦୋଳନ କରି ଆସୁଛନ୍ତି। ଏନେଇ ଅନେକଥର ଚାଷୀମାନେ ଅଭିଯୋଗ ମଧ୍ୟ କରି ଆସୁଥିଲେ। ଏନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଟିଏସ ଦିବାକର ଏହାର ତଦନ୍ତ କରି ପରେ ମଣ୍ଡି ପରିଚାଳନାରେ ଅନିୟମିତତା ହୋଇଥିବା ନେଇ ପ୍ୟାକ୍ସ ସମ୍ପାଦକଙ୍କୁ ନିଲମ୍ବନ କରିଛନ୍ତି ।

 

 

Leave A Reply

Your email address will not be published.