Latest Odisha News

BREAKING NEWS

[ଭିଡ଼ିଓ]କାଳୀ ପୂଜା ନେଇ ଚଳଚଞ୍ଚଳ ପୂଜା ମଣ୍ଡପ, ମୂର୍ତ୍ତିରେ ରଙ୍ଗ କାମ ଜାରି

କଟକ : ଆସୁଛନ୍ତି ଶକ୍ତି ପ୍ରଦାୟିନୀ ମାଆ କାଳୀ । ଏଥିପାଇଁ ଚଳଚଞ୍ଚଳ କଟକର ବିଭିନ୍ନ ପୂଜା ମଣ୍ଡପ । କାଳୀପୂଜାକୁ ଆଉ ମାତ୍ର ତିନି ଦିନ ଥିବାରୁ ମାଆଙ୍କ ମୂର୍ତ୍ତିରେ ଏବେ ରଙ୍ଗ କାମ ଜାରି ରହିଛି । ଆଉ ରଙ୍ଗ କାମକୁ ଜୋରସୋରରେ ଆଗେଇ ନେଉଛନ୍ତି ରଙ୍ଗ ଶିଳ୍ପୀ । ଶିଳ୍ପୀଙ୍କ ତୁଳୀରେ ମାଆ କାଳୀଙ୍କ ସହ ମହାଦେବ ଏବଂ ତାଙ୍କ ପାର୍ଶ୍ୱ ଦେବୀଙ୍କୁ ମଧ୍ୟ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ରଙ୍ଗ ଶୁଖିଗଲା ପରେ ମେଢ ଲାଗି କରାଯାଇ ସାଜସଜ୍ଜା କରାଯିବ । ପାର୍ବଣ ଉପରେ ସରକାର କଟକଣା ଲଗାଇଛନ୍ତି  । ତେବେ ସରକାର ଯେଉଁ ନିୟମ କରିଛନ୍ତି ସେଥିପାଇଁ କମିଟି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ପୂଜାକୁ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛି । ନିୟମ ଅନୁଯାୟୀ ମଣ୍ଡପରେ ପୂଜା ସମୟରେ ସୀମିତ ସଂଖ୍ୟାରେ ପୂଜକ ଏବଂ କର୍ତ୍ତା ରହି ପୂଜାକୁ ଶେଷ କରିବେ ।

ଆଉ ମଣ୍ଡପ ଭିତର ଏବଂ ବାହାରେ କୌଣସି ସାଜସଜ୍ଜା ନ କରି ନିରାଡମ୍ବର ଭାବେ ପୂଜାକୁ ଶେଷ କରିବା ପାଇଁ କହିଛନ୍ତି କମିଟିର କର୍ମକର୍ତ୍ତା । ସେହିପରି ଭଷାଣୀ ସମୟରେ କୌଣସି ବାଦ୍ୟଯନ୍ତ୍ର ସାମିଲ କରା ନଯାଇ କେବଳ ଘଣ୍ଟ ବଜାଇ ବିସର୍ଜନ କରାଯିବ ।

 

Leave A Reply

Your email address will not be published.