ଭୁବନେଶ୍ୱର: ଏଥର ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୨ ଜଣ ଓଡିଆ ଖେଳାଳି ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ ହକି ଖେଳାଳି ଅମିତ ରୋହୀଦାସ ଓ ଜାଭେଲିନ ଥ୍ରୋୟର କିଶୋର ଜେନା । ତେବେ ଏମାନଙ୍କ ବ୍ୟତୀତ ଅନ୍ୟ ଓଡିଆମାନେ ମଧ୍ୟ ଅଲିମ୍ପିକ୍ସରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସାମିଲ ହୋଇଛନ୍ତି । ଅଲିମ୍ପିକ୍ସ ପଦକ ବିଜେତ ଶୁଟର ଗଗନ ନାରଙ୍ଗଙ୍କୁ ଭାରତୀୟ ଦଳର ଚିଫ ଡି ମିଶନ ଏବଂ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ଡେପୁଟି ଚିଫ ଡି ମିଶନ ଭାବେ ନିଯୁକ୍ତ କରାଯାଇଛି । ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ ଇଣ୍ଡିଆର କଳିକେଶ ଉପ ସଭାପତି ରହିଛନ୍ତି ।
ଶୁଟିଂର ମିକ୍ସଡ ଇଭେଂଟରେ ଆମେ ପଦକ ହାତଛଡା କରିଥିଲେ ମଧ୍ୟ ଆଗକୁ ଅନ୍ୟ ବିଭାଗରେ ନିଶ୍ଚିତ ଭାବେ ପଦକ ଜିତିବୁ ବୋଲି କଳିକେଶ କହିଛନ୍ତି । ସେହିପରି ଡ.ଜିଏସ ପଟ୍ଟନାୟକ ଭାରତୀୟ ଆଥଲେଟିକ୍ସ ଦଳର ୬ଜଣିଆ ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ଦି ହିନ୍ଦୁର ୱାଇ ବି ଷଡଙ୍ଗୀ, ନିର୍ଭୟରୁ ସମ୍ବିତ ମହାପାତ୍ର ଓ ୱିଅନରୁ ଦିଗବିଜୟ ସିଂ ଦେଓ ରିପୋର୍ଟିଂ କରୁଛନ୍ତି । ଓଡିଆ ଗଣମାଧ୍ୟମରୁ ସମ୍ବିତ ଅଲିମ୍ପିକ୍ସରେ ରିପୋର୍ଟିଂ କରୁଛନ୍ତି ।
Comments are closed.