Latest Odisha News

କଳିଙ୍ଗ ହସ୍ପିଟାଲର ନୂତନ ବିସ୍ତାର ଲୋକାର୍ପିତ

ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ (KHL) ରୋଗୀ ସେବାରେ ଉତ୍କର୍ଷତା ପ୍ରଦାନ ପାଇଁ ଓଡିଶାର ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ହସ୍ପିଟାଲ । ଓଡିଶା ରାଜ୍ୟପାଳ ରଘୁବର ଦାସ ଏହାର ଅତ୍ୟାଧୁନିକ ସୁବିଧା ସମ୍ବଳିତ ନୂତନ ସମ୍ପ୍ରସାରଣକୁ ଉଦ୍ଘାଟନ କରିଛନ୍ତି । କଳିଙ୍ଗ ହସ୍ପିଟାଲର ଏକ ନୂତନ ବ୍ଲକ୍ (ଡକ୍ଟର ଏସ୍.କେ ଦାସ ବ୍ଲକ୍) ର ଉନ୍ମୋଚନ ହୋଇଛି, ଯାହାକି ଚେୟାରମ୍ୟାନ୍ ଡକ୍ଟର ସୀତ କଣ୍ଠ ଦାଶଙ୍କ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ।

  •  ଅତ୍ୟାଧୁନିକ ସୁବିଧା ସହିତ ୫୦ ଶଯ୍ୟା ବୃଦ୍ଧି
  •  ଅତିରିକ୍ତ ୪ଟି ଓଟି – ଯେଉଁଥିରେ ଉନ୍ନତ ଅର୍ଥୋ ସାଇନ୍ସ , ନ୍ୟୁରୋ ସାଇନ୍ସ , ରେନେଲ ସାଇନ୍ସ ଏବଂ ଗ୍ୟାସ୍ଟ୍ରୋ ସାଇନ୍ସ ଅସ୍ତ୍ରୋପଚାର ଭଳି ସୁବିଧା ରହିବ ।
  • ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଉନ୍ନତ ଉପକରଣ ସହିତ କେନ୍ଦ୍ରୀୟ ସେବା ବିଭାଗ CSSD ଯାହା କିଡ଼ନୀ ପ୍ରତିରୋପଣ ୟୁନିଟର ସମ୍ପ୍ରସାରଣର ଅତିରିକ୍ତ ସୁବିଧା ଯେଉଁଠାରେ ସଂକ୍ରମଣ ନିୟନ୍ତ୍ରଣ ଆମର ପ୍ରମୁଖ ଲକ୍ଷ ରହିଛି ।
  •  ନୂତନ ଇଣ୍ଟେନସିଭ କେୟାର ୟୁନିଟ ICU ରେ ନୂତନ ଆଇସୋଲସନ କ୍ରିଟିକାଲ କେୟାର ୟୁନିଟ, କେନ୍ଦ୍ରୀୟ ନର୍ସିଙ୍ଗ ବ୍ୟବସ୍ଥା ରୋଗୀଙ୍କ ଯୋଗାଯୋଗ ଓ ପ୍ରତିକ୍ରିୟା ପାଇଁ ସମୟରେ ଉନ୍ନତି ଆଣିବ ।
  •  ନୂତନ ୟୁନିଟରେ ଉନ୍ନତ ଗ୍ୟାସ୍ଟ୍ରୋ ସାଇନ୍ସ , ଡେ-କେୟାର ୟୁନିଟ ରହିବ, ଯେଉଁଠାରେ ଅତ୍ୟାଧୁନିକ ଉପକରଣ ସହିତ ରୋଗୀମାନେ ଡେ-କେୟାର ସର୍ଭିସରେ ଗ୍ୟାସ୍ଟ୍ରୋ ଅସ୍ତ୍ରୋପଚାର କରିପାରିବେ ।
  •  ପୁନର୍ବାସ (ରିହାବିଲିଟେସନ) ଏବଂ ଫିଜିଓଥେରାପି ୟୁନିଟ ଏହି ନୂତନ ବିସ୍ତାରରେ ଏକ ଊସ୍ଛାର୍ଗିକୃତ ସେଣ୍ଟର ରେ ଏକ ଅତିରିକ୍ତ ସେବା ହେବ, ଯାହା ବ୍ୟକ୍ତିଗତ ଚିକିସ୍ଛା ଯୋଜନା ପାଇଁ ଜେନେଟିକ ସୂଚନା ଏବଂ ଉନ୍ନତ ନିଦାନର ଉପଯୋଗ କରିବ।

ଏହି ଅବସରରେ ରାଜ୍ୟପାଳ କହିଛନ୍ତି,“ଆମ ନାଗରିକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅଦମ୍ୟ ନିଷ୍ଠା ପାଇଁ ମୁଁ କଳିଙ୍ଗ ହସ୍ପିଟାଲ ର ଚେୟାରମ୍ୟାନ୍ ତଥା ସମଗ୍ର ଟିମ୍ ଡକ୍ଟର ସୀତ କଣ୍ଠ ଦାଶଙ୍କୁ ପ୍ରଶଂସା କରୁଛି। ଆମ ସମ୍ପ୍ରଦାୟର ଉନ୍ନତି ପାଇଁ ତୁମର ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ ଏବଂ ସେବା ଓ କରୁଣାର ଆତ୍ମାକୁ ପ୍ରତିଫଳିତ କରେ ଯାହା ଆମ ରାଜ୍ୟକୁ ପ୍ରତି ସୁସ୍ଥକର ।”

ବିଗତ ଦୁଇ ବର୍ଷ ମଧ୍ୟରେ, ଆମ୍ଭର ହସ୍ପିଟାଲ ର ସମ୍ପ୍ରସାରଣ ଏବଂ ଅଭିବୃଦ୍ଧି ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ୱେ, ଆମ୍ଭର ଉତ୍ସର୍ଗୀକୃତ TEAM ବିଜୟ ହାସଲ କରିବାକୁ ବାଧାବିଘ୍ନରୁ ଉପରକୁ ଉଠିଛନ୍ତି । ଏକ ନୂତନ ନେତୃତ୍ୱ TEAM ସହିତ, ଆମେ ସ୍ୱାସ୍ଥ୍ୟସେବା ଉତ୍କର୍ଷର ଏକ ନୂତନ ଯୁଗକୁ ପ୍ରତିଦିନ ଶକ୍ତିଶାଳୀ ହେବାକୁ ପ୍ରସ୍ତୁତ ।

Comments are closed.