Latest Odisha News

କଳିଙ୍ଗ ପ୍ରିମିୟର ଲିଗ: ଭି ଲାଏନସ୍ ଦଳ ଚାମ୍ପିୟନ

ଭୁବନେଶ୍ବର : ଭୁବନେଶ୍ୱରର ଗୋପବନ୍ଧୁ ପଡିଆରେ ଅନୁଷ୍ଠିତ ହୋଇଯାଇଛି କଳିଙ୍ଗ ପ୍ରିମିୟର ଲିଗ ୨୦୨୪ । ଚଳିତ ବର୍ଷ ଏହି ଟୁର୍ନାମେଣ୍ଟରେ  ବିନା କୌଣସି ଏଣ୍ଟ୍ରି ଫି ଦେଇ ରାଜ୍ୟ ତଥା ରାଜ୍ୟ ବାହାରୁ ୩୨ ଟି ଅଂଶଗ୍ରହଣ କରିଥିଲେ । ଆଜି ଶେଷ ଦିନରେ ଭି ଲାଏନସ୍ (କଟକ) ଦଳ ଚାମ୍ପିୟନ ହୋଇଛି । ଫାଇନାଲ୍ ମ୍ୟାଚ୍ ଭି ଲାଏନସ୍ ଓ ଲିଟିଲ ଷ୍ଟାର (ଝାରସୁଗୁଡ଼ା) ମଧ୍ୟରେ ଖେଳାଯାଇଥିଲା । ଫାଇନାଲ୍ ମ୍ୟାଚର ଆକାଶ ମାଲିଙ୍ଗା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଫରଦିନ୍ କାଜି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଚାମ୍ପିଅନ ଦଳକୁ ୧ ଲକ୍ଷ, ରନର୍ସ ଅପ୍ ଦଳକୁ ୬୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା ।  ୭ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତା ଗୋପବନ୍ଧୁ କ୍ରିକେଟ କ୍ଳବ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଯୁବ ନେତା ମନେଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ କ୍ଲବର ସମ୍ପାଦକ ଦେବପ୍ରସାଦ ଜେନା ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.