Latest Odisha News

BREAKING NEWS

ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ରେ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହରେ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି।

ଏହି ଅବସରରେ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି।

ରାଷ୍ଟ୍ରପତି ଆଦିକବି ସାରଳା ଦାସଙ୍କ ପ୍ରତି ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଆଦିକବି ସାରଳା ଦାସ ମହାଭାରତ ରଚନା କରି ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏହି ମହାନ କବିଙ୍କ ଜନ୍ମବାର୍ଷିକୀ ପାଳନ ଏବଂ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସେ ‘ସାରଳା ସାହିତ୍ୟ ସଂସଦ’କୁ ପ୍ରଶଂସା କରିଛନ୍ତି।

ରାଷ୍ଟ୍ରପତି ‘ସାରଳା ସମ୍ମାନ’ ସାହିତ୍ୟ ପୁରସ୍କାର ପାଇଥିବା  ବିଜୟ ନାୟକଙ୍କୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ମଧ୍ୟ ଆହୁରି କହିଛନ୍ତି, ଆମର ବିବିଧତା ଏକ ଇନ୍ଦ୍ରଧନୁ ପରି। ଆମର ଏକତା ଯୁଗ ଯୁଗ ଧରି ବହୁତ ସୁଦୃଢ଼ ରହିଛି। ଆମର ଅନେକ ଭାଷା ଅଛି, କିନ୍ତୁ ଭାବନା ଗୋଟିଏ। ଏତେ ସଂଖ୍ୟକ ଭାଷା ଏବଂ ଧର୍ମକୁ ନେଇ ଭାରତ ଯେପରି ଭାବେ ଏକଜୁଟ ଏବଂ ସଦ୍ଭାବନାର ସହ ରହିଆସିଛି ତାହା ଦେଖି ବିଶ୍ୱ ଚକିତ ହୋଇଥାଏ। ମାତୃଭାଷାରେ ଶିକ୍ଷା ପିଲାମାନଙ୍କୁ ସେମାନଙ୍କର ସଂସ୍କୃତି ଏବଂ ପରମ୍ପରା ସହିତ ଯୋଡ଼ିବାରେ ସହାୟକ ହେବ। ନିଜ ମାତୃଭାଷା ବ୍ୟତୀତ ଅନ୍ୟ ଭାଷା ମଧ୍ୟ ଶିଖିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।

 

Comments are closed.