ନୂଆଦିଲ୍ଲୀ: ଓଡିଶାର କ୍ରୀଡାପ୍ରେମୀଙ୍କ ପାଇଁ ଖୁସୀ ଖବର । ୨୦୨୮ ୱାର୍ଲ୍ଡ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନଶିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । କଳିଙ୍ଗ ଷ୍ଟାଡିୟମ ଇଣ୍ଡୋର କମ୍ପେ୍ଲକ୍ସରେ ମାର୍ଚ୍ଚ ୨୪ ଓ ୨୫ରେ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେବ । ଆଥଲେଟିକ୍ସ ଫେଡେରେଶନ ଅଫ ଇଣ୍ଡିଆ ଏହି ସୂଚନା ପ୍ରଦାନ କରିଛି । ପୂର୍ବରୁ ଏଏଫଆଇ ୱାର୍ଲ୍ଡ ଇଣ୍ଡୋର ଚାମ୍ପିୟନଶିପ ପାଇଁ ବିଡ ଦାଖଲ କରିଥିଲା । ଜାନୁୟାରୀରେ ୱାର୍ଲ୍ଡ ଆଥଲେଟିକ ମିଟର ୨ ସଦସ୍ୟ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନରେ ଆସିବେ ।
ଗୁରୁବାର ପୋଲାଣ୍ଡରେ ୱାର୍ଲ୍ଡ ଆଥଲେଟିକ୍ସ କାଉନ୍ସିଲ ଭାରତର ବିଡକୁ ଗ୍ରହଣ କରିଥିଲା । ୪ର୍ଥ ଏସୀୟ ଦେଶ ଭାବେ ଭାରତ ଏହି ମେଗା ଇଭେଂଟକୁ ଆୟୋଜିତ କରିବାକୁ ଯାଉଛି । ଏହା ପୂର୍ବରୁ ୧୯୯୯ରେ ଜାପାନ, ୨୦୧୦ରେ କାତାର, ୨୦୨୫ରେ ଚୀନ ଏହାକୁ ସଫଳତାର ସହ ଆୟୋଜନ କରିଥିଲେ । ଭାରତ ଏହି ମେଗା ଇଭେଂଟରେ ପଦକ ହାସଲ କରିପାରି ନାହିଁ । ୨୦୨୮ରେ ଆୟୋଜକ ଦେଶ ଭାବେ ଭାରତ ସଫଳତାର ହାସଲ କରୁଛି କି ନାହିଁ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।