Latest Odisha News

BREAKING NEWS

ଗିରଫ ହେଲେ କେଆରକେ

ମୁମ୍ବାଇ: କମାଲ ଆର ଖାଁ ଓରଫ କେଆରକେ ସର୍ବଦା ନିଜ ବୟାନ ଓ ଟିପ୍ପଣୀ ନେଇ ଚର୍ଚ୍ଚାରେ ରହିଥାନ୍ତି । ସ୍ୱୟଂଘୋଷିତ ଅଭିନେତା, ନିର୍ମାତା ଓ ସମାଲୋଚକ କେଆରକେ ସର୍ବଦା ଫିଲ୍ମକୁ ନେଇ ଅଭିନେତା ଓ ଅଭିନେତ୍ରୀଙ୍କୁ ଟାର୍ଗେଟ କରିଥାନ୍ତି । ରିପୋର୍ଟ ମୁତାବକ କେଆରକେଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ସେ ନିଜେ ଏ ସମ୍ପର୍କରେ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ୨୦୧୬ର ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି । ମୁଁ ପ୍ରାୟ ୧ ବର୍ଷ ହେବ ନିୟମିତ ରୂପରେ କୋର୍ଟ ତାରିଖକୁ ଯାଇଥାଏ । ସଲମାନ ଖାଁଙ୍କ କହିବା ଅନୁସାରେ ମୋ ଯୋଗୁ ଟାଇଗର ୩ ଫ୍ଲପ ହୋଇଛି । ଆପଣମାନେ ଜାଣି ରଖିଥାନ୍ତୁ ଯେ, ମୋ ଜୀବନ ପ୍ରତି ବିପଦ ଅଛି ।

ଯଦି କୌଣସି କାରଣ ବଶତଃ ପୋଲିସ ଷ୍ଟେସନ ଓ ଜେଲରେ ମୋର ମୃତ୍ୟୁ ହୁଏ ତେବେ ଏହାକୁ ହତ୍ୟା ଭାବେ ବିବେଚନା କରିବାକୁ ସେ କହିଛନ୍ତି । ସେ ତାଙ୍କ ଟୁଇଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି । ତେବେ ୟୁଜର୍ସମାନେ ଏହି ଘଟଣାକୁ ଏତେ ଗୁରୁତ୍ୱ ଦେଇ ନାହାନ୍ତି । ସେମାନେ ପରୋକ୍ଷରେ ଏଥିପାଇଁ କେଆରକେଙ୍କୁ ଦାୟୀ କରିଛନ୍ତି । କେଉଁ ଘଟଣା ପାଇଁ ସେ ଗିରଫ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.